STORYMIRROR

Prafulla Chandra Mishra

Classics Others

3  

Prafulla Chandra Mishra

Classics Others

ଦୀପାବଳୀ ଅନୁଚିନ୍ତା

ଦୀପାବଳୀ ଅନୁଚିନ୍ତା

1 min
193

   

ଦଶହରା ଦିନ     ବଧିଣ ରାବଣ

   ଆଜି ଅଯୋଧ୍ୟାକୁ ଫେରି

ଆସିଥିଲେ ରାମ,   ସୀତା,ସଉମିତ୍ରି 

    ସଙ୍ଗେ ହନୁମନ୍ତ ଧରି ।।


ପୁଷ୍ପକ ବିମାନେ   ଅଯୋଧ୍ୟା ଭୂବନେ 

   ବେଳ ରତରତ ବେଳେ

ଦିଶଇ ଅଦ୍ଭୁତ    ତୋରଣ ଶୋଭିତ

  ଦ୍ଵାରେ ଦ୍ଵାରେ ଦୀପଜଳେ ।।


ଘରେ ଘରେ କେତେ  ପିଠାପଣା ମିଠା

    ଆହାକି ଆନନ୍ଦ ରୋଳେ

ନୃତ୍ୟ କରୁଥିଲେ      ପରଜା ସକଳ 

   ଶ୍ରୀରାମ ଫେରିବା ବେଳେ ।।


ରାଜଭବନରେ  ପ୍ରବେଶି ଶ୍ରୀରାମ

   ଦିବଙ୍ଗତ ଦଶରଥ-

ଅର୍ଥେ କରିଥିଲେ  ଋଷି,ପିତୃ ସଙ୍ଗେ

  ସପ୍ତପୁରୁଷଙ୍କ ଶ୍ରାଦ୍ଧ ।।


ଭାଇ,ବନ୍ଧୁ,ମିଳି  ଭୁଲିଯାଇ ଯେତେ

  ରାଗ, କ୍ରୋଧ ଅହଂକାର

ଏକତ୍ର ହୋଇଣ  ପାଳନ କରିଲେ 

   କରି ମହା ଆଡମ୍ବର ।। 


ପିତୃପିତା ମହ,   “ଅନ୍ଧାର ରାଇଜ 

   ଦୀପଦାନେ ଆଲୋକିତ-

କରେ; ମୃତ୍ୟୁଲୋକ  କର ପରିତେଜ୍ୟ

   ଜୀବନ ହେଉ ଅମୃତ ।।


ସେହି ଦିନଠାରୁ    ଦିବ୍ୟ ଦୀପାବଳୀ

   ସର୍ବେ କରନ୍ତି ପାଳନ

ପବିତ୍ର କରଇ    ମରତ ଭୂଇଁକୁ

   ଦୀପାବଳୀ ଦୀପ ଦାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics