STORYMIRROR

Monalisha Panda

Classics

3  

Monalisha Panda

Classics

ତାରା

ତାରା

1 min
226

ରାତ୍ରି ଆକାଶେ ଦେଖ ତାରା ମେଳ

ଲୁଚି ଛପି ଖେଳୁଛନ୍ତି ଲୁଚକାଳି ଖେଳ।।

ଜହ୍ନ ମାମୁଁ ଙ୍କ ସହ ବସି ସଙ୍ଗାତ

ଗାଉଛନ୍ତି ଗୀତ "ମିତ ରେ ମିତ" ।।

ଦୂର ଆକାଶ ରେ ତାରା ଙ୍କ ଘର

ଉର୍ଦ୍ଧ୍ବ ରେ ରହି ଆମ ଉପରେ ରଖିଛନ୍ତି ନଜର ।।

କ୍ଷୀଣ ଆଲୋକ ସେ କରନ୍ତି ପ୍ରଦାନ

ସେ କ୍ଷୀଣ ଆଲୋକେ ଆଲୋକିତ ହୁଏ ଜୀବନ ।।

ପ୍ରଶ୍ନବାଚୀ ସଦୃଶ ଅଟନ୍ତି ତାରା ମେଳ

ସେ ତାରାଙ୍କ ନାଁ ଅଟେ ସପ୍ତର୍ଷିମଣ୍ଡଳ ।।

ପୂର୍ବ ଆକାଶରେ ହୁଏ ସେ ଉଦୀୟମାନ

ଧ୍ରୁବ ତାରା ଅଟେ ତାହାର ନାମ ।।

ଏହା ଥିଲା ତାରା ମାନଙ୍କ ବର୍ଣ୍ଣନା

ସତରେ ଈଶ୍ଵରଙ୍କ ଚମତ୍କାର କଳ୍ପନା !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics