STORYMIRROR

Monalisha Panda

Others

3  

Monalisha Panda

Others

ଆମ ଗାଆଁ ନଈ

ଆମ ଗାଆଁ ନଈ

1 min
188

ଆମ ଗାଁର ଚରଣ ଧୋଇ

ବହି ଯାଉଛି ଆମ ବିରୂପା ନଈ ।।


ବିରୂପା ନଈର ଗୁଣ ଅଶେଷ

ବର୍ଣ୍ଣନା କଲେ କେବେ ନ ହୁଏ ଶେଷ ।।


ବିଶାଳ ବକ୍ଷ ଅଟେ ତାହାର

ଜଳଚର ଜୀବଙ୍କର ଅଟଇ ଘର ।।


ବିଶାଳ ବୃକ୍ଷଙ୍କୁ ଚାରିପାଖେ ଦିଅଇ ସ୍ଥାନ

କରଇ ମାଟିକୁ ଉର୍ବର ସମ ।।


ନଈ ପଠାରେ ହୁଏ ନାନା କିସମର ଚାଷ 

ଦେଖି କୃଷକ ମୁହେଁ ଫୁଟି ଉଠେ ହସ ।।


ନଈକୂଳିଆ ପବନ ପାଇଁ

କେତେ ଲୋକ ଯେ ଆସନ୍ତା ଧାଇଁ ।।


ପିଲାମାନେ ନଈବଢ଼ି ଦେଖି ଯାଆନ୍ତି

ପ୍ରାକୃତିକ ଶୋଭାକୁ ଉପଭୋଗ କରନ୍ତି ।।


ଏପରି ଭାବେ ଉପକାର ଆମେ ପାଉ ତା’ ଠାରୁ

ତା’ ଋଣ କେବେ ଶୁଝି ନ ପାରୁ ।।


ପାହାଡ ପର୍ବତକୁ ଡେଇଁ ଡେଇଁକା

ଆସିଅଛି ସିଏ ଆମ ପାଇଁକା ।।


ପରିଦର୍ଶନର ସ୍ଥାନ ଅଟଇ

ସଭିଙ୍କ ମନକୁ ମୋହି ନିଅଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍