STORYMIRROR

Monalisha Panda

Others

3  

Monalisha Panda

Others

ସନ୍ଧ୍ୟା ଆଗମନ

ସନ୍ଧ୍ୟା ଆଗମନ

1 min
253


ପଶ୍ଚିମ ଦିଗେ ଅସ୍ତଗାମୀ ସୂର୍ଯ୍ୟ

ଆହା କି ମନଲୋଭା

ସେ ଦୃଶ୍ୟର ନ କରି ହୁଏ ବର୍ଣ୍ଣନା

ଚିର ସୁନ୍ଦର ତା'ର ଯେ ଶୋଭା ।।

ପକ୍ଷୀ ଫେରେ ବସାକୁ

ଚାଷୀ ଫେରେ ଘରକୁ

ଖେଳ ସାରି ପିଲାଏ ଆସନ୍ତି 

ସଭିଏଁ ମିଶି ସନ୍ଧ୍ୟାର ସ୍ୱାଗତ କରନ୍ତି ।।

ଭସା ଭସା ବଉଦ ଫାଙ୍କେ

ଶଶୀ ଲାଜର ଚିତ୍ର ଆଙ୍କେ

ହୁଏ ସେତେବେଳେ ସନ୍ଧ୍ୟାର ଆଗମନ

ସନ୍ଧ୍ୟା ଆଳତି ଦେଇ ସଭିଏଁ କରନ୍ତି ଭଜନ ।।

ଦେଇ ଚଉରା ମୂଳେ ସନ୍ଧ୍ୟା ଆଳତି

ପ୍ରାର୍ଥନା କରେ ବୋହୂ ହେଉ ଦୁଃଖର ଇତି ।।

ଭକ୍ତି ଭାବନା ରେ ହୁଏ ସନ୍ଧ୍ୟା ଆଗମନ

ଭକ୍ତି ପୂର୍ଣ୍ଣ ହୁଏ ସଭିଙ୍କ ମନ ।।

ହୋଇ ଉଠନ୍ତି ଦେବା ଦେବୀ ଚଳ ଚଞ୍ଚଳ

ଆଶୀର୍ବାଦ କରନ୍ତି ପ୍ରଭୁ ହେଉ ସଭିଙ୍କ କୁଶଳ ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍