STORYMIRROR

Monalisha Panda

Inspirational Children

4  

Monalisha Panda

Inspirational Children

ଭୋକ

ଭୋକ

1 min
317

ତୁମେ କ'ଣ ବୁଝିବ ପେଟ ର ଭୋକ 

ପଚାର ଯାଇ ରାସ୍ତା କଡ ର ସେ ପିଲାକୁ 

ବୁଝାଇ ଦେବ ସେ ପ୍ରାଞ୍ଜଳ ଭାବେ 

ତା'ର ଆତୁର କ୍ଷୁଧାକୁ ।। 


ଭାବିଛ କେବେ ସେ ପିଲା କଥା 

ବଞ୍ଚିଛି କେତେ କଷ୍ଟ ରେ,

ବହୁ କଷ୍ଟ ଲାଗେ ତୁମ ମାନଙ୍କୁ 

ଦେବା କୁ ଏକ ପଇସା ତା ହାତ ରେ ।।


ଖାଇବାକୁ ପାଏନି ସେ 

ଦି ଓଳି ଦି ମୁଠା 

ଖାଅ ନାହିଁ ଯେତିକି ତୁମେ 

ନଷ୍ଟ କର ତା ଠାରୁ ଅଧିକା ।। 


ସୁଧୁରିଯାଅ ହେ ଆହେ ବଡ଼ବଡ଼ିଆ 

ବୁଝି ନିଅ ଥରେ ରାସ୍ତା କଡ ପିଲା ର ଯାତନା 

ନିଜେ ନ ଖାଇ ଥରେ ତାକୁ ଖୁଆଅ 

ତା ଖୁସି ରେ ଥରେ ନିଜେ ଖୁସି ହୁଅ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational