STORYMIRROR

Monalisha Panda

Others

3  

Monalisha Panda

Others

ପ୍ରଥମ ଥର

ପ୍ରଥମ ଥର

1 min
225

ସବୁକିଛି ହେଲା ବୋଧେ ପ୍ରଥମ ଥର 

ପ୍ରକୃତି ମଣିଷକୁ କଲା ନିଜ ଅଧିକାର ।। 


ନିୟନ୍ତ୍ରଣରେ ନେଲା ପ୍ରକୃତି ମଣିଷକୁ 

କାଢ଼ିବାକୁ ଦେଲା ନାହିଁ ପାଦ ପଦାକୁ ।। 


ପ୍ରଥମ ଥର ଗଛ ବୃକ୍ଷ ହେଲେ ସତେଜ 

ବାୟୁମଣ୍ଡଳରୁ ପ୍ରଦୂଷଣ ମାତ୍ରା ହେଲା ନିସ୍ତେଜ ।। 


ସହରରେ ଶୁଭିଲା ପକ୍ଷୀଙ୍କ କାକଳି 

ସନ୍ଧ୍ୟା ରେ ବାଜି ଉଠିଲା ଘଣ୍ଟ ଶଙ୍ଖ ହୁଳହୁଳି || 


ଆପାର୍ଟମେଣ୍ଟରେ ସଭିଏଁ ଏକାଠି ହୋଇଲେ 

ପରସ୍ପର ନିଜ ପଡୋଶୀଙ୍କୁ ଜାଣିଲେ ।। 


ରାସ୍ତାରେ ଗାଈଗୋରୁ କୁକୁର ସବୁ ଖୁସିରେ ବୁଲିଲେ 

ନିର୍ଦ୍ଦୟ ମଣିଷ କୁ ମୁନିସିପାଲିଟି ଉଠେଇ ନେଇଛି ଭାବିଲେ ।। 


ପୁୁୁୁରା ପରିବାର ସାଥିରେ ରହିଲା ଓ ହସିଲା 

 ଆତ୍ମୀୟ ସ୍ଵଜନଙ୍କ ସହ କଥା ହେବାକୁ ସମୟ ମିଳିଲା ।।


ଅଜବ ଗର୍ଜନ ସେ ଟ୍ରେନ୍ ପ୍ଲେନର

ଶାନ୍ତି ପାଇଲା ମାଆ ବସୁଧା ସେ ସବୁରୁ ପ୍ରଥମ ଥର ।।


ସଭିଏଁ ଏକାଠି ହୋଇଲେ ପ୍ରଥମ ଥର 

କହିଲେ ହେ ନାରାୟଣ !!! ଆମକୁ ରକ୍ଷା କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍