STORYMIRROR

Monalisha Panda

Classics

3  

Monalisha Panda

Classics

ମୋ ଗାଁ

ମୋ ଗାଁ

1 min
238


ଚିର ସୁନ୍ଦର ଚିର ସବୁଜ ମୋ ପ୍ରିୟ ଜନ୍ମଭୂମି

ଧନ୍ୟ ନିଜକୁ କରୁଛି ମନେ ତା କୋଳେ ମୁଁ ଜନମି ।।

ଇତିହାସେ ଶୁଭେ ତା'ର ଜୟକାର

ନାଁ ଟି ତାର ସତ୍ୟଭାମାପୁର ।।

ଉତ୍କଳ ର ପ୍ରଥମ ବାରିଷ୍ଟର ମଧୂସୁଦନ

ଏହି ଗ୍ରାମରେ ଦିନେ ନେଇଥିଲେ ଜନ୍ମ ।।

"ତୁମ ପରି ଛୋଟ ପିଲାଟିଏ" କବିତା ରେ

ମୋ ଗ୍ରାମର ବର୍ଣ୍ଣନା ଅଛି ପ୍ରାଞ୍ଜଳ ଭାବରେ ।।

ଆପଣାଇଛନ୍ତି ଗ୍ରାମବାସୀ ମୋର ଗାନ୍ଧୀଙ୍କ ଅହିଂସା ମାର୍ଗ

ମିଳିମିଶି ଚଳନ୍ତି ଏଠି ସବୁ ବର୍ଗ ।।

ବାର ମାସେ ତେର ପରବ କରନ୍ତି ପାଳନ

ପର୍ବପର୍ବାଣୀରେ ଥାଏ ସଭିଙ୍କ ଏକ ମନ ।।

ଶୀତ ଋତୁରେ ଦେଖି ଧାନ ବିଲ

ଦର୍ଶକର ମନ ହୁଏ ପ୍ରଫୁଲ୍ଲ ।।

ସନ୍ଧ୍ୟାରେ ହୁଏ ଭାଗବତ ଘରେ ନାମ କୀର୍ତ୍ତନ

ଆବାଳବୃଦ୍ଧବନିତା ଶୁଣନ୍ତି ଦେଇ ମନ ଧ୍ୟାନ ।।

ଗ୍ରାମ ସରୋବରେ ଫୁଟି କଇଁ କୁମୁଦ

ଗ୍ରାମର ସୌନ୍ଦର୍ଯ୍ୟକୁ କରେ ଦ୍ଵିଗୁଣିତ ।।

ପୁନେଇଁ ପରବ ରେ ସଭିଏଁ ହୁଅନ୍ତି ଏକ

ନିଶ୍ଚୟ ରଖିବି ମୁଁ ମୋ ଗ୍ରାମର ଟେକ ।।

ଭାଷା କୋଷେ ଶବ୍ଦର ପଡ଼ି ପାରେ ଅଭାବ

କିନ୍ତୁ ମୋ ଗ୍ରାମର ଗାଥା କେବେ ନ ସରିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics