STORYMIRROR

Monalisha Panda

Others

3  

Monalisha Panda

Others

ତୁଳସୀ

ତୁଳସୀ

1 min
244

ନାଁ ଟି ମୋର ତୁଳସୀ

ଅଟେ ମୁଁ ଭାରି ସାହସୀ ।।

ଦିଅଙ୍କ ନିକଟରେ ପାଏ ମୁଁ ପୂଜା

ନିଇତି ସକାଳେ ମୋତେ ହିଁ ଖୋଜା ।।

ଜଗନ୍ନାଥଙ୍କର ଅଟେ ମୁଁ ପ୍ରିୟ 

ତାଙ୍କରି ନାମରେ ମୋର ପରିଚୟ ।।

ଶୁଭ ଅଶୁଭରେ ଲୋଡା ସର୍ବତ୍ର 

ଯୁଗେ ଯୁଗେ ମୁଁ ଥାଏ ପବିତ୍ର ।।

ମନ୍ଦିର ହେଉ କି ହେଉ ମଶାଣି 

ନିରାଶା ଜୀବନ ପାରେ ମୁଁ ଜିଣି ।।

ମନରେ ନ ଥାଏ ଗର୍ବ ଅହଙ୍କାର 

ସମସ୍ତଙ୍କୁ ମୁଁ କରେ ନିଜର ।। 

କେବେ କରେ ନାହିଁ କାହାକୁ ଈର୍ଷା 

ସମସ୍ତେ କରନ୍ତି ମୋତେ ପ୍ରଶଂସା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍