କାଗଜ
କାଗଜ
ଭାବନାହିଁ କାଗଜ କୁ ମୂଲ୍ୟହୀନ
ନିର୍ଣ୍ଣୟ କରିବ ଦିନେ ସେ ତୁମ ଜୀବନ ।
ପରୀକ୍ଷା ବେଳର ସେ ଖଣ୍ଡେ କାଗଜ
କରେ ଜୀବନ କୁ ସେ ଚିର ସୁନ୍ଦର ସବୁଜ ।
ଅତୀତ ର ପୃଷ୍ଠାଟି ଓଲଟାଇଲେ
ବହୁମୂଲ୍ୟ ଥିଲା ଏହି କାଗଜରେ ।
ଅନାଇ ରହିଥାଏ ବୁଢ଼ୀ ମା'ଟି
ବିଦେଶ ରୁ କେବେ ଆସିବ ଚିଠି ଟି ।
ହାତେ ଧରି ସେ କାଗଜ,ଝରିଯାଏ ଆଖିରୁ ଲୁହ
କାଗଜ ରେ ଲୁଚିଥାଏ ତା ଛାତି ର କୋହ ।
ସେ ଯୁଗେ କାଗଜ ଥିଲା ପ୍ରେମ ର ଭାଷା
ଚିଠି ରେ ରହିଥିଲା ପ୍ରେମିକ ପ୍ରେମିକା ର ଆଶା ।
ସଭିଙ୍କ ଅପେକ୍ଷା ର ଘଟିଥାଏ ଅନ୍ତ
ଚିଠି ବାଲା ଛୁଏଁ ଯେବେ ଗାଁ ସୀମାନ୍ତ ।
ସଭିଙ୍କ ଆଶା ରହି ଥାଏ ସେ ଚିଠି କାଗଜ ରେ
ବହୁ ମୂଲ୍ୟ ଥିଲା କାଗଜ ସେ ପୂରୁବ କାଳରେ ।