ଡ଼ଙ୍ଗା
ଡ଼ଙ୍ଗା
କାଠ ରେ ତିଆରି ଆହୁଲା ମାରି ମାରି
ବହିନେଉଥିଲା ଡ଼ଙ୍ଗା ପୁଣି ନାଆ ସେ ନାଉରୀ
ଵର୍ଷା ଆସିଲେ ପିଲେ କାଗଜେ କରି ତିଆରି
ଭସାନ୍ତି ସୁଅରେ ଯାଏ ଥିରି ଥିରି
କାର୍ତ୍ତିକ ପୂର୍ଣ୍ଣମୀ କଦଳୀ ବାହୁଙ୍ଗା ଡଙ୍ଗା
ମନେ ପକାଏ ସାଧବ ଯାଉଥିଲେ ଦରିଆ ସେପାରି
ବିଦେଶରୁ ବାଣିଜ୍ୟ ର ଆମଦାନୀ କୁ ପ୍ରସାରୀ
ଯୁଗ ଅନୁସାରେ ଡ଼ଙ୍ଗା କଳେବର ପଡୁଛି ଉତୁରି
ମାଆ କାଳିଜାଇ ଇତିହାସ ମନରେ ବତୁରି
ଭସାପୋଲ ଅବା ଫେରି, ତଳେଇ ଗଲାଣି ଅପସରି
ମାଛମାରେ ନୋଳିଆ ଭାଇ ହୁଲି ଡଙ୍ଗାକୁ ସାହାରା କରି
ଜୀବନର ଡ଼ଙ୍ଗା ଯେମିତି ପ୍ରତ୍ୟକ ପ୍ରତିଦିନ ନିଅନ୍ତି ବାହିକରି.
