ଅଫୁଟା ଫୁଲ
ଅଫୁଟା ଫୁଲ
ଜୀବନ ସକାଳ ଦେଖିନି ବଉଳ
ଅଫୁଟା ଫୁଲଟେ ମୁହିଁ,
ତଉଲୁଛି ସବୁ ଆଶା ଓ ଆଶଙ୍କା
ଅପଲକ ନେତ୍ରେ ଚାହିଁ ।
ଆଶାର ସପନ ଦିଏ ଶିହରଣ
ଲାଗିବି ମୁଁ ସତକର୍ମେ,
ଜନମ ମୋହର ସାର୍ଥକ ହୋଇବ
ରହିଥିବି ଯଦି ଧର୍ମୈ ।
କେବ
େ ପୁଣି କେଉଁ ଅଜଣା ଭୟରେ
ହେଉଥାଏ ମୁହିଁ ଭାଳି,
କେଉଁ ବିଧର୍ମୀର ହସ୍ତ ସ୍ପର୍ଶ ପାଇ
ପଡିଯିବି ଅବା ବଳି ।
ନିଜକୁ ନିଜେ ମୁଁ ଅରପି ଦେଉଛି
ଈଶ୍ଵରଙ୍କ ପୟରରେ,
ଯାହା ଇଚ୍ଛା ତାଙ୍କ ପୂରଣ କରନ୍ତୁ
ଏତିକି ମିନତୀ କରେ ।