STORYMIRROR

Prafulla Kumar Tripathy

Classics

3  

Prafulla Kumar Tripathy

Classics

ମୋ ଗାଆଁ ନଈ

ମୋ ଗାଆଁ ନଈ

1 min
240

ବହି ଯାଉ ଅଛି ମୋ ଗାଆଁ ନଈ

ନଈପଠାରେ କାଶତଣ୍ତି ଫୁଲ

ଦେଇଛି ମଥାକୁ ଛୁଇଁ ା

ସୁନ୍ଦର ତାହାର ଶୁଭ୍ର ପାଣି

ସୂର୍ଯ୍ୟର ରେଣୁ ପଡୁଛି ତହିଁ

ବହି ଯାଉଅଛି ଅଙ୍କା ବଙ୍କା ହୋଇ

ସିଏ ମୋ ଗାଆଁ ନଈ ା

ମିଶିବତ ଦିନେ ସାଗରେ ଯାଇ

ନିଇତି ଯାଉଛି ତା ପାଶେ ଦେଇ

ପର ଆପଣା ଭାବେ ନାହେଁ ସିଏ

ଯାଏ ବିଲ ବଣ ଦେଇ

ହସି ଉଠେ ସବୁଜ ବନାନିି

ତାହାର ପରଶ ପାଇ

ସିଏ ମୋ ଗାଆଁ ନଈ ା

ଜାତି ଜାତି ମାଛ କେତେଯେ ଖେଳେ

ଜହ୍ନର ଜୋଛନାରେ କୁମୁୁଦିନୀ ହସେ

ଚାତକୀ ପରାୟ ଚାହିଁ

ସିଏ ମୋ ଗାଆଁ ନଈ ା

ନୂଆ ବୋହୁର ପାଉଁଜି ରୁଣୁ ଝୁଣୁ

କୋଇଲିର ମଧୁର ଗୀତ

ସୁଖ ଦୁଃଖ ଆଦରି ନିଏ

ମାଆଟି ପରି ସେଇ

ସିଏପରା ମୋ ଗାଆଁ ନଈ ା


 



Rate this content
Log in

Similar oriya poem from Classics