ଧର୍ମ ଅବତାର
ଧର୍ମ ଅବତାର
ଧର୍ମ ଅବତାର
=========
ମନ ଯାର ବ୍ୟସ୍ତ ସଦା ପରର କଷଣେ
ଚିତ୍ତ ଯାର ରତ ସଦା ଅନ୍ୟ ମର୍ମ ଶୋଷଣେ
ଜୀବନ ଯା ଲକ୍ଷ ଲକ୍ଷ ଲୋକଙ୍କର ଭାର
ଚାଟୁକାର ବୋଲିଥାନ୍ତି ଧର୍ମ ଅବତାର ।1
ପଦ ଯାର ମଦ ରୂପେ ମୋଡୁଥାଇ ମୁଣ୍ଡ
ପାତର ଅନ୍ତର ନୀତିରେ କରେ ସତ୍ୟ ଗୁଣ୍ଡ
ନିଜ ବୁଦ୍ଧିରେ କେବେ ନକରେ ବିଚାର
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର।2
ଭ୍ରମଣ ଖରଚ ଲାଗି ପାଉଥାଏ ଭତ୍ତା
ଖାଇଥାଏ ଏଣେ ତଳ କର୍ମଚାରୀ ମଥା
କରୁଥାଏ କ୍ଷମତାର ଯେତେ ଅପବ୍ୟବହାର
ତଥାପି ତାକୁ ବୋଲିଥାନ୍ତି ଧର୍ମ ଅବତାର।3
ସବୁଅନ୍ୟାୟ ଅବିଚାର ତାକର୍ମରଆଧାର
ଜ୍ଞାତ ହୋଇ ସବୁ, ପ୍ରଶଂସା କରନ୍ତି ପାର୍ଶ୍ୱଚର
ଈଶ୍ୱରେ ନଗଣି ମଧ୍ୟ ଭାବେ ନିଜକୁ ଈଶ୍ୱର
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର।4
==========
ଶୁଭାନୁଦ୍ଧାୟୀ
ପ୍ରଶାନ୍ତ
