STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ନିଷ୍ପତ୍ତିର କାଳ

ନିଷ୍ପତ୍ତିର କାଳ

1 min
276

#ନିଷ୍ପତ୍ତିର_କାଳ

************


ଏ କାଳ‌ ବିପତ୍ତିର ଏ ଯୁଗ ଆପତ୍ତିର 

ଏ ସମୟ ସମ୍ପତ୍ତିର ଏ ଦୁନିଆ ଉତ୍ପତ୍ତିର

କିଛି ଶରୀର‌ ଏଠି ବସ୍ତ୍ରହୀନତାର ମୋହରେ

କିଛି ଶରୀର ଏଠି ବସ୍ତ୍ରଶୂନ୍ୟତାର ମାୟାରେ

କିଛି ମନ‌ ଏଠି ମସ୍ତିଷ୍କର ଶିକୁଳିରେ 

କିଛି ଭାବ ଏଠି ଅଭାବର କଷଟିରେ,


ହେ ମଣିଷ ତୋତେ ଚାଲିବାକୁ ହେବ କଣ୍ଟା ପଥ

ପାଦେ ପାଦେ ଝୁଣ୍ଟିବା ତୋର ଧୈର୍ଯ୍ୟ ପରୀକ୍ଷା ରଥ

ବାବୁରେ ଆଜିର ଏ ସମାଜ ସମ୍ପର୍କର ମରୁଭୂମି 

ମାଆ ରେ ଆଜିର ଏ ସମାଜ ଦୂର୍ଗୁଣର କୁରୁମି

ନିଆଁ ପରି ହେବାକୁ ପଡ଼ିବ ତୋତେ ଉତ୍ତପ୍ତ 

ଆକାଶ ପରି ହେବାକୁ ପଡ଼ିବ ତୋତେ ପରିବ୍ୟାପ୍ତ,


ଏ ଯୁଗ ଦେଖାଶିଖାର ଏ ପୀଢ଼ି ଏକଲାପଣର

ଏ ସମାଜର ଘର ସବୁ ବୟସ୍କଶୂନ୍ୟ ପରିବାରର 

ଶିକ୍ଷା କେବଳ ରୋଜଗାର ଉଦ୍ଦେଶ୍ୟରେ ହୁଏ

ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଠି ଉଦଣ୍ଡ ନୃତ୍ୟ ରହେ

ଏ ଆଧୁନିକତାରେ ଇଂରାଜୀର ଆଧିପତ୍ୟ ବିସ୍ତାର 

ଏ ଘଡିସନ୍ଧି କାଳରେ ମିଛ ହୁଏ ଅତ୍ୟଧିକ ପ୍ରଚାର

ଏଠି ୩୦ ସେକେଣ୍ଡରେ ଲୋକେ ଜୀବନ ଦେଖନ୍ତି 

ଶିଶୁର ଶୈଶବ ମମତା ସ୍ନେହଠୁ ଦୂରେ ରହନ୍ତି।


©® ଦେବବ୍ରତ ମିଶ୍ର 

ତା ୧୬.୧୨.୨୦୨୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract