ମନ
ମନ
ମନ କଲମରେ ହୃଦୟ କାଗଜେ
ଲେଖିଛି ମୁଁ ତୋର ନାଆଁ
ତୋ ପ୍ରେମ ବର୍ଷାରେ ଭିଜୁଛି ପ୍ରିୟାରେ
ହସୁଛି ମୋର ଦୁନିଆ ।
ଟଣା ଟଣା ଆଖି କଲା ତୋ କିମିଆ
ତୋ ପ୍ରେମରେ ପ୍ରିୟା ହେଲି ମୁଁ ବାଇଆ
ମନ କହେ ସାଥି ଆ... ଆ
ସାଥେ ତୋର ନେଇ ଯାଆ ।
ତୋ ମୁହଁ ଦେଖିଲେ ଆକାଶର ଚାନ୍ଦ
ଲାଗେ ପ୍ରିୟା ଫିକା ଫିକା
କଳା ମେଘ କେଶ ମିଠା ମିଠା ହସ
ଖୋଲେ ପ୍ରେମର ଝରକା ।
ତୋ ଚୋରା ଚାହାଣୀ ତୋ ଫୁଲ ଗଜରା
ମନ ମୋ ଚୋରାଇ ନିଏ
ବିନା ଶ୍ରାବଣରେ ତୋ ପ୍ରେମ ବର୍ଷାରେ
ଦେହ ମୋ ଭିଜେଇ ଦିଏ ।
ତୋ କଥାରୁ ଝରେ କେତେ ମିଠା ମଧୂ
କେବେ ପ୍ରିୟା ମୋର ସାଜିବୁ ତୁ ବଧୂ
ହୃଦୟ ଡାକୁଛି ଆ ....ଆ
ସାଥିରେ ତୋ ନେଇ ଯାଆ ।
ତୁ ଯେବେ ଆସୁ ମନ ଆକାଶରେ
ଉଏଁରେ ପୂର୍ଣ୍ଣିମା ଶଶୀ
ଜୀବନଟା ହୁଏ ତାରା ଭରା ରାତି
ଲୁଚି ଯାଏରେ ଉଆଁଶୀ ।
ସାତ ସାଗରକୁ ଡେଇଁ ଆସେ ପ୍ରିୟା
ତୋତେରେ ଦେଖିବା ପାଇଁ
ଚୁନେରୀ ଉଡେଇ ଇଶାରା ତୁ ଦେଇ
ଛପି ଯାଉ ପ୍ରିୟା ଧାଇଁ ।
ଭୁଲି ମୁଁ ପାରେନି ତୋର ସେଇ ଛୁଆଁ
ମନ ହୃଦୟରେ ଲଗାଏ ସେ ନିଆଁ
ରକତେ ଲେଖା ତୋ ନାଆଁ ।
ମନ କହେ ପ୍ରିୟା ଆ...ଆ ।
ତୋ କଥା ଭାବିଲେ ଏଇ ମନ ମୋର
ସବୁ ଦୁଃଖ ଭୁଲି ଯାଏ
ଭୋକ ଶୋଷ ମୋର ହେଇ ଯାଏ ଦୂର
ଆଖି ତୋତେ ଚାହିଁ ଥାଏ ।
ମାନେନା ତ ମନା ଏଇ ପାଦ ମୋର
ତୋ ପାଖକୁ ଧାଇଁ ଯାଏ
ମନ ହୃଦୟରେ ହସ ଖେଳି ଯାଏ
ଆଖି ତୋତେ ଖୋଜୁ ଥାଏ ।
ଖେଳୁ ଲୁଚ କାଳି ଦୋଳିରେ ତୁ ଝୁଲି
ଖସି ଯାଉ ପ୍ରିୟା ହସି ଚାହୁଁ ବୁଲି
ହାତ ଠାରି ଡାକୁ ଆ...ଆ ।
ସାଥିରେ ତୋ ନେଇ ଯାଆ ।
ଯାହା ତୁ ଚାହିଁବୁ ସବୁ ତୋ ପାଖରେ
ସାଥିରେ ଅଜାଡି ଦେବି
ମୋ ମନ ହୃଦୟେ ସାରା ଜୀବନ ମୁଁ
ତୋତେ ସାଇତି ରଖିବି ।
ତୁ ମୋ ଜୀବନ ତୁ ମୋ ସପନ
ତୁ ମୋର ପ୍ରେମ ସ୍ମୃତି
ତୁ ମୋ ଆରମ୍ଭ ତୁ ମୋର ଶେଷ
ତୋ ପ୍ରେମରେ ହେବି ଇତି ।
ତୋ ପାଇଁ ବଞ୍ଚିଛି ଏଇ ଦୁନିଆରେ
ଶୋଇ ଯିବି ସାଥି ମଶାଣୀ ଜୁଇରେ
ଭୁଲିବିନି ତୋର ନାଆଁ ।
ଡାକୁଛି ସାଥି ତୁ ଆ...ଆ ।
