ସ୍ମୃତିର ସନ୍ଧ୍ୟା
ସ୍ମୃତିର ସନ୍ଧ୍ୟା
ନାରିକେଳ ଗଛ ପତର ଫାଙ୍କରେ
ଅସ୍ତ ସୂର୍ଯ୍ୟର ଲାଲିମା
ସବୁଜ ପାଚେରୀ ଘେରରେ ମୋ ଗାଁ
ଲାଗୁଥିଲା ମନୋହରା ।
ଗୋଧୂଳି ବେଳାକୁ ମୁଖରିତ କରି
ଗାଇଗୋଠ ଫେରେ ଘରେ
ଗୋପଳ ପୁଅର କାନ୍ଧରେ ବାହୁଙ୍ଗୀ
ତାଳପତ୍ର ଛତା ହାତେ ।
ତୁଳସୀ ଚଉରା ସଞ୍ଜ ବତୀ ଜଳା
ଭକତି ଭାବ ନିଆରା
ଗୃହ ବଧୂ ଶୁଭ ମନାସୁ ଥାଏ ଯେ
ଅରପି ଭକତି ଧାରା ।
ଘରେ ଘରେ ଶୁଭେ ଶୁଭ ଶଙ୍ଖ ନାଦ
ଶିଶୁ ଫେରଇ ତା ଘରେ
ହାତ ଗୋଡ଼ ଧୋଇ ସ୍ୱଇଚ୍ଛାରେ ବସେ
ପ୍ରାର୍ଥନା ପାଇଁ ଭକ୍ତିରେ ।
ଗାଁ ମନ୍ଦିରରେ ଘଣ୍ଟ ଘଣ୍ଟା ଧ୍ଵନୀ
ଶୁଭଇ ଆଳତୀ ଘଣ୍ଟି
ଅନୁପମ ସେଇ ଅନୁଭବ ପରା
ମନ ପବିତ୍ର ଲାଗଇ ।
ମୋ ଗାଁର ସନ୍ଧ୍ୟା ଥିଲା ଅନୁପମ
ଅଭୁଲା ତା ଅନୁଭବ
ତନ ପ୍ରଫୁଲ୍ଲିତ ମନ ଯେ ପବିତ୍ର
ଅକୁହା ତାହାର ସ୍ପର୍ଶ ।
ସମୟ ବିତିଛି ଅତୀତ ହୋଇଛି
ଆପଣାପଣର ଭାବ
ଗାଆଁ ର ସ୍ଵତନ୍ତ୍ର ଗୁଣ ହଜିଅଛି
କିଏ ବା ଖୋଜି ଆଣିବ ।
ସ୍ମୃତି ଫରୁଆରେ ମୋ ଗାଁର ସ୍ମୃତି
ଏବେ ବି ଅଛି ଜୀବନ୍ତ
ଭୁଲି ନାହିଁ କେବେ ଭୁଲିବି ନାହିଁ ମୁଁ
ଅଭୁଲା ସେଇ ପରଶ ।