STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସମ୍ଭାବନା

ସମ୍ଭାବନା

1 min
140

ସମ୍ଭାବନା ସବୁବେଳେ ହିଁ ମିଛ

କାରଣ,

ହେବା ଓ ନହେବାର ଦୋଦୂଲ୍ୟମାନ ଦ୍ଵନ୍ଦ ଭିତରେ

ପାଇବା ଓ ନ ପାଇବାର ଅସମାହିତ ପ୍ରଶ୍ନ ଭିତରେ

ବିଶ୍ୱାସ ଅଗ୍ନିପରୀକ୍ଷା ଦିଏ

ନିୟତିର ନିବିଡ଼ ଅନ୍ଧାରେ। 

ଯାହା ମିଳେ ତାହା ଯେ ସାମ୍ଭାବ୍ୟ ଥିଲା କି ନାହିଁ ବୁଝିବା ଆଗରୁ

ଚାହିଁବା କି ନ ଚାହିଁବାର ସଂଜ୍ଞା ସବୁ ଖୋଜିବା ଆଗରୁ

ସେ କବଳିତ କରି ସାରିଥାଏ

ପ୍ରାପକକୁ ଏକ ଚିହ୍ନା ଚିହ୍ନା ଘୋର ଆସକ୍ତିରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract