Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ପ୍ରୟାସ

ପ୍ରୟାସ

1 min
141



ଜୀବନ ଯନ୍ତ୍ରଣା ସଘଂର୍ଷ ନଈରେ 

     ପ୍ରୟାସ ଏକ ତ ତରୀ 

ନିଷ୍ଟା କର୍ତ୍ତବ୍ୟରେ ଅଗ୍ରସର ହେଲେ

     ପାରି ହୁଏ ଭବ ବାରି ।


ଝଡ ଝଞ୍ଜା ଦୁଃଖ ଯେତେ ଆସୁ ପଛେ

    ଯଦି ତା ପ୍ରୟାସ ଥାଏ

ଏଇ ଦୁନିଆରେ ସହଜରେ କେବେ

    ନା ହାର ମାନେ ସିଏ । 


ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ 

    ପ୍ରୟାସ ରଖିଣ ଥିଲେ

ସବୁ ବାଧା ବିଘ୍ନ ଆଡ ହେଇ ଯାଏ 

    କଷ୍ଟ ନା ଛୁଅଁଇ ଭଲେ ।


ଏଇ ପ୍ରୟାସ ଯେ ସଫଳ ଆଣଇ 

   କେବେ ବିଫଳ କରାଏ

ତଥାପି ସେଥିରେ ତାହାର ସମ୍ମାନ 

    ଯୁଗ ଯୁଗ ପାଇଁ ଥାଏ ।


ଅଭିମନ୍ୟୁ ଚକ୍ରବ୍ୟୁହ ମଧ୍ୟେ ଥାଇ

    ସଂଗ୍ରାମ କରିଲେ ଘୋର 

ବାହାରିବା ପନ୍ଥା ଜଣା ତ ନ ଥିଲା 

    ପ୍ରୟାସ କଲେ ଅପାର ।


ବୀର ପୁତ୍ର ଭାବେ ଧର୍ମର ଯୁଦ୍ଧରେ 

    ଜିତିବା ପ୍ରୟାସ କଲେ 

ଘୋର ସମରରେ ମୃତ୍ୟୁକୁ ଲଭିଲେ

    କୀର୍ତ୍ତି ଧ୍ବଜା ଉଡାଇଲେ ।


ପିତୃଭକ୍ତ ଇନ୍ଦ୍ରଜିତ ପ୍ରୟାସରେ

    ତ୍ରିପୁର ଦୋହଲି ଗଲା

କୋକୁଆ ଭୟରେ ଥରମହ ମହୀ

    ଘୋର ସମର ସେ କଲା ।


ଜିତିବା ପ୍ରୟାସ ରଖେ ଇନ୍ଦ୍ରଜିତ 

     ମାରିବାକୁ ସଉମିତ୍ରୀ 

ଲକ୍ଷ୍ମଣ ପ୍ରୟାସ ସଫଳ ହୋଇଲା

    ଲୋଟିଲା ସିଏ ଧରିତ୍ରୀ ।


ଛୋଟ ଶିଶୁ ଦେଖ ଚାଲିବା ପ୍ରୟାସ

     ବାରମ୍ବାର କରୁଥାଏ 

ପଡିଗଲେ ଥରେ ନା ଡରୁ ଥାଏ

    ଶେଷେ ଚାଲି ପାରେ ସିଏ ।


ଚଢେଇ ଛୁଆଟି ଖଣ୍ଡି ଉଡା ଦେଇ 

    ଉଡିବା ପ୍ରୟାସ କରେ

ବାରମ୍ବାର ପଡି ପ୍ରୟାସ କରି ସେ

     ଉଡେ ନୀଳ ଆକାଶରେ ।


କୈଣସି କାର୍ଯ୍ୟକୁ କରିବା ଆଗରୁ 

     ପ୍ରୟାସ ରଖିଲେ ଜାରି 

ଏଇ ଦୁନିଆରେ ଦିନେ ହେଲେ ସିଏ

     ପଥ ଯାଏ ଅନୁସରି ।


ପ୍ରୟାସ ତ ଥିଲେ ଲକ୍ଷ୍ୟ ସ୍ଥଳ ମିଳେ 

     ବିନା ପ୍ରୟାସରେ କିଏ 

କହି କି ପାରିବ ଏଇ ଜଗତରେ 

    କେବେ ପ୍ରତିଷ୍ଠିତ ହୁଏ ।


ଏମିତି କେହି ତ କଣେ କେହି ନାହିଁ 

     ପ୍ରୟାସ କେବେ କରିନି 

କୀଟ ଠାରୁ ବ୍ରହ୍ମ ପରିଯନ୍ତେ ଦେଖ

    ବିନା ପ୍ରୟାସେ ରହିନି ।


ପ୍ରତ୍ୟେକ କାର୍ଯ୍ୟରେ କରେ ସେ ପ୍ରୟାସ

      ହୃଦେ ଭଗବାନ ସ୍ମରି

ମଶାଣୀ ଜୁଇରେ ଜଳିବା ପର୍ଯ୍ୟନ୍ତ 

     ପ୍ରୟାସ ଥାଏ ସେ କରି


Rate this content
Log in

Similar oriya poem from Abstract