Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Abstract

4  

Tikeshwar Sahu

Abstract

ପ୍ରଧାନପାଟ ଦର୍ଶନ

ପ୍ରଧାନପାଟ ଦର୍ଶନ

1 min
373



ଉତ୍କଳ ଭୁବନେ ବାମଣ୍ଡା ପ୍ରଦେଶ

ଦେବଗଡ଼ ସେଠି ଜିଲ୍ଲା ପରକାଶ,

କୈଦନ୍ତା ପର୍ବତ ଉତ୍ତର ଦିଗରେ

ଉଚ୍ଚେ ଟେକି ମଥା ରହିଛି ଗର୍ବରେ |୧|

ପର୍ବତ କୋଳରେ ଏ ପ୍ରଧାନପାଟ

ସ୍ବଚ୍ଚ ଜଳଧାର ହୋଇଛି ପ୍ରକଟ ,

ଲମ୍ଫମାରି ନୀର ତଳେ ପଡ଼େ ଝରି

ଉତୁଙ୍ଗ ଶିଖରୁ ଲମ୍ଫ ମାରିକରି |୨|

ପ୍ରସ୍ତର ଦେହକୁ କରିଅଛି ଶେଯ

କୋମଳ ଅଙ୍ଗରେ ଭରିଦେଇ ଲାଜ ,

ବୃକ୍ଷ ଗହଳରୁ ପ୍ରସ୍ତର କୋଳରୁ

ବହେ ସ୍ବଚ୍ଚ ନୀର ଅବନୀ ଗର୍ଭରୁ |୩|

ଉଚ୍ଚ ପରବତ ତା ଶୀତଳ କୋଳ

ତହିଁରୁ ଶୀତଳ ଔଷଧିୟ ଜଳ ,

କୁଳୁକୁଳୁ ନାଦେ ଗିରିବନ ପଦେ

ପର୍ବତ ପ୍ରାନ୍ତରେ ବହଇ ପ୍ରମୋଦେ |୪|

ଦୁଇ ନୀରଧାର ଯାଇଅଛି ବହି

ଗୋଟିଏ କୋରଡ଼କୋଟ ନାମ ତହିଁ ,

ଅନ୍ୟ ଧାର ପରା ଏ ପ୍ରଧାନପାଟ

ବାମଣ୍ଡା ଭୁବନ ଜଳଧାର ଶ୍ରେଷ୍ଠ |୫|

ଅବିରତେ ବହେ ତା'ର ନୀରଧାର,

ନିମ୍ନ ସ୍ଥଳଭାଗେ ହୁଅଇ ପ୍ରଖର ,

ମୁଣ୍ଡକୁ କଚାଡ଼ି ଯେବେ ବହେ ଧାର

ବାଷ୍ପୀୟ ରୂପର ଧରେ ଅବତାର |୬|

ସୂର୍ଯ୍ଯରଶ୍ମୀ ସ୍ପର୍ଶେ ରଙ୍ଗ ଇନ୍ଦ୍ରଧନୁ

ବାଷ୍ପୀୟ ରୂପଟି ଯାଏ ନାହିଁ ମନୁ ,

ଶୀତଳ ପରଶ ଯେବେ ଲାଗେ ଦେହେ

କ୍ଷୁଦ୍ର ଜଳକଣା ତନୁମନ ମୋହେ |୭|

ଚିତ୍ରିତ ତାରକା ଛାୟା ପରକାଶ

ପ୍ରକୃତି କୋଳର ନବ ନବ ବେଶ,

ଅନିନ୍ଦ୍ୟ ସୁନ୍ଦରୀ ପ୍ରକୃତି ସୁବେଶ

ପ୍ରଧାନପାଟର ଝିଲ୍ଲି ସୂକ୍ଷ୍ମବାସ |୮|

ସୁଉଚ୍ଚ ଶିଖର ଯେବେ ଦେଖେ ଚାହିଁ

ପ୍ରଧାନପାଟର ସୌନ୍ଦର୍ଯ୍ଯକୁ ତହିଁ,

ଅତି ମନୋହର ସୁଶରୀର ବହି

ଦର୍ଶକ ମନକୁ ନେଉଥାଏ ମୋହି |୯|

କ୍ଷଣେ ହେଲେ ମନ ନଚାହିଁବ ଫେରି

ପ୍ରଧାନପାଟର ସୌନ୍ଦର୍ଯ୍ଯକୁ ସ୍ମରି,

ଦର୍ଶକ ହୃଦୟ ପ୍ରିୟ ସହଚରୀ

ଅଭୁଲା ଲାଗଇ ଯେହ୍ନେ ସ୍ବର୍ଗପରୀ |୧୦|

ସ୍ବର୍ଗ ରାଇଜରୁ ପଡ଼ିଅଛି ଖସି

ସବୁ ତୃଷ୍ଣା ଯାକ ନେବ ପରା ଶୋଷି,

ତୃଷାର୍ତ୍ତ ହୃଦୟ କୃଷ୍ଣ ନବଘନ

ନର୍ତ୍ତନ ଛଳରେ କରଇ ଧାବନ |୧୧|

କରେ ଜଳଦାନ ଧରଣୀ ବୁକୁରେ

ତୃଷ୍ଣା ହରିନିଏ ସହର ବାସୀରେ ,

ଦେବଗଡ଼ ହୃଦ ପବିତ୍ର ପାବନୀ

ହୋଇଅଛି ସିଏ ନଗର ମୋହିନୀ |୧୨|

ଚାରୁ ଭାଷମୟୀ ଚଞ୍ଚଳ ଗାମିନୀ

ପତ୍ର ଗହଳରେ ଶୁଭେ ତା ନିସ୍ବନୀ ,

ସୂର୍ଯ୍ଯରଶ୍ମୀ ଡାଳେ ଖେଳେ ଲୁଚକାଳି

ଶୀତଳ ସମୀର ଛୁଇଁଯାଏ ଖାଲି |୧୩|

ପ୍ରଧାନପାଟ ଯେ ରୂପ ଗନ୍ତାଘର

ଅନନ୍ତ ସୌନ୍ଦର୍ଯ୍ଯ ପ୍ରେମ ପରଶର,

ଜୀବନ ସ୍ରୋତର ଅନନ୍ତ ଆଧାର

ଧରି ରଖିଅଛି ସମ୍ବଳ ସମ୍ଭାର |୧୪|

ପାର୍ଶ୍ବେ ରହିଛନ୍ତି ମାତା ଶ୍ରୀ ପଧାନୀ

ପ୍ରଧାନପାଟର ଦେବୀ କଲ୍ଳୋଳିନୀ,

ପ୍ରଧାନପାଟର ଚାରୁ ଚିତ୍ରପଟ

ମନେ ଭରିଦିଏ ରଙ୍ଗଭରା ଫଟୋ |୧୫|



Rate this content
Log in

Similar oriya poem from Abstract