STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ପରମାର୍ଥ ପ୍ରେମ

ପରମାର୍ଥ ପ୍ରେମ

1 min
278


ତୁମ ମହମହ ଚାହାଣୀରେ

ହୋଇଯାଏ ମୁଁ ଓଦା

ତୁମ ଟହଟହ ହସରେ

ଯେତେ ସବୁ ଅସୁବିଧା

ଦେବଦାସୀର କଳଗାଉଣାରେ

ନିଦ ତୁମ ଅଧା ଅଧା

ନିଜ ଲୁହେ ନିଜକୁ ଭିଜାଇ

କରିଦିଏ ମତେ ବିଦା

ତୁମ ମହକୁମା ଜମା

କରିନାହିଁ ସିଧାସାଧା

ତୁମେ କେବେ ମେଘମନା

ମେଘବସନା ସତେ ମୁଁ ରାଧା

ତୁମେ ମୋ ନିଦ ସପନରେ

ରୂପା ଜହ୍ନ ପରି ଅଧା

ତୁମେ ରାଜରାଜାଧିଶ୍ୱର

ମୁଁ ରକ୍ତିମ ରାଗ ଆଭା

ତୁମେ ମୋ ଭାବର ବୈଭବ

ଭାବରେ ଭାବେ ବସୁଧା

ତୁମେ ବିଭୋର ସଂଜରେ ସଳିତା

ମୁଁ ତୁଠ ପଥର ପରି ନିଦା

ତୁମେ ସୁନାଚାନ୍ଦ କାଇଁଚମାଳିଆ

ମୁଁ ବିକେ ସପନ ସଉଦା

ତୁମେ ଜାଳ ଅବା ନିଜେ ଜଳ

ମୋ ଉପରେ ଦୁଃଖ ପାହାଡ ଲଦା

ତୁମେ ଓଁକାରେ ଝଙ୍କୃତ ଯେବେ

ମୁଁ ପିଏ ଅମୃତ ସୁଧା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract