STORYMIRROR

Rabindra kumar Sahoo

Abstract

4  

Rabindra kumar Sahoo

Abstract

ବାକି ରହିଯାଏ କିଛି ସ୍ଵପ୍ନ

ବାକି ରହିଯାଏ କିଛି ସ୍ଵପ୍ନ

1 min
229

   ସବୁ ସପନ ତ ହୁଏନି ପୂର୍ଣ୍ଣ

   ଜୀବନେ ବାକି ରହିଯାଏ କିଛି

   ଅପୂରଣୀୟ ଅଭିଳାଷ ର

   ଅନ୍ୟ ନାମ ତ ଜୀବନର ଅବଶୋଷ

   କିଛି ପୂର୍ଣ୍ଣ ଅପୂର୍ଣ୍ଣ ର ସମ୍ମିଶ୍ରଣେ

   ଗଢା ଆମ ଏ ଅମୂଲ୍ୟ ଜୀବନ

   କିଛି ଇଛା ହୋଇଥାଏ ଆମ୍ଭ ପୂର୍ଣ୍ଣ

   ଆଶା କୁ ଆମର ନିରାଶା କରି

   ବାକି ରହିଯାଏ 

   ଆମ ଜୀବନ ର କିଛି ସ୍ଵପ୍ନ ।


  କିଛି ସ୍ମୃତି କିଛି ଅନୁଭବ

  କିଛି ଅନୁଭୂତି ର

  ମହା ମିଳନ ଆମ ଏ ଜୀବନ

  ଚକ୍ରବତ୍ ଉତ୍ଥାନ ପତ୍ତନ ମଧ୍ୟେ

  ଜୀବନ ଚକ୍ର ଆମ କରୁଥାଏ ଘୂର୍ଣ୍ଣନ

  ସୁଖ ଦୁଃଖ ହସ କାନ୍ଦ ମଧ୍ୟେ

  ଗତି କରିଥାଏ ଆମ ସଭିଙ୍କ ଜୀବନ

  କେବେ ଯନ୍ତ୍ରଣା କେବେ ହର୍ଷ ର

  ସମୟ ଦେଇ ଚାଲେ ଆମ ଜୀବନ

  ଇପ୍ସିତ କାର୍ଯ୍ୟେ ହେଲେ କୃତ କାର୍ଯ୍ୟ

  ଲାଗେ ଆମ ସପନ ହୋଇଛି ପୂରଣ

  ସର୍ବ କାର୍ଯ୍ୟେ କେ କା ଜୀବନେ

  ନ ହୁଏ କୃତ କାର୍ଯ୍ୟ 

  ଅକୃତ କାର୍ଯ୍ୟ ହୋଇ ମନୋବାଞ୍ଛା

  ରହିଲେ ଅପୂର୍ଣ୍ଣ

  ତହୁଁ ଜୀବନେ 

  ବାକି ରହିଯାଏ କିଛି ସ୍ଵପ୍ନ ।


  ପ୍ରେମ ପରିଣୟ ସବୁ ଏଠି

  ସଭିଙ୍କର ଅଧାଗଢା

  ପ୍ରତାରଣା ଧୋକାରେ

  ଅନେକଙ୍କ ଜୀବନ ନାଟକ

  ହୋଇଥାଏ ଗଢା

  ପ୍ରେମିକ ପ୍ରେମିକା ସବୁ ଜଣେ ଜଣେ

  ଏ ଦୁନିଆଁ ରଙ୍ଗ ମଞ୍ଚର ନାୟକ ନାୟିକା

  କାହା କାହାଙ୍କର ପ୍ରେମ କାହାଣୀ

  ହୋଇଥାଏ ସମ୍ପୂର୍ଣ୍ଣ

  କାହା କାହାଙ୍କ ର ପ୍ରେମେ

  ହୋଇଯାଏ ତମସାଛନ୍ନ

  ଅପୂର୍ଣ୍ଣ ଅସମ୍ପୂର୍ଣ୍ଣ ତାଙ୍କ ପ୍ରେମର ଜୀବନ

  ସବୁ ଏଠି ଅଧା ଗଢା ସବୁ ଅସମ୍ପୂର୍ଣ୍ଣ

  କିଛି ସପନ ହୋଇ ଥାଏ ପୂର୍ଣ୍ଣ

  ବାକି ରହିଯାଏ ଜୀବନର କିଛି ସ୍ଵପ୍ନ ।


  ବିଦ୍ୟା ଆହରଣ ହେଉ

  ହେଉ ଅବା ପ୍ରେମ ପରିଣୟ

  ଗୃହ ନିର୍ମାଣ ହେଉ

  ହେଉ ଅବା କଳା, ଅଭିନୟ କ୍ଷେତ୍ରେ

  ହେବା ପାଇଁ ସ୍ଵୟଂ ସମ୍ପୂର୍ଣ୍ଣ

  ଇଛନ୍ତି ସର୍ବ ଜନ 

  ହେଲେ ସବୁ ପୂର୍ବ ନିର୍ଦ୍ଧାରିତ

  କାଳ ଦ୍ଵାରା ନିର୍ଘଣ୍ଟିତ

  ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ ସବୁର

  କାଳ ବା ବିଶ୍ଵ ନିୟନ୍ତା

   କରନ୍ତି ନିର୍ଦ୍ଧାରଣ

   ଏମିତି କି ପ୍ରାପ୍ତ କରିବାକୁ

   ଦାମ୍ପତ୍ୟ ଜୀବନେ ସନ୍ତାନ

   ତାହା ମଧ୍ୟ ବିହିର ବିଧାନ

   କେ ନୁହେଁ ସ୍ଵୟଂ ସମ୍ପୂର୍ଣ୍ଣ

   ସଂସାରେ ସଭିଏଁ ଅପୂର୍ଣ୍ଣ ଅସମ୍ପୂର୍ଣ୍ଣ

   ଜୀବ ଦ୍ଦଶାରେ କିଛି ସପନ ହୁଏ ପୂର୍ଣ୍ଣ

   ଆମ ସଭିଙ୍କ ର 

   ବାକି ରହିଯାଏ କିଛି ସ୍ଵପ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract