STORYMIRROR

Geetanjali Prusty

Abstract

4  

Geetanjali Prusty

Abstract

ମୋହାଚ୍ଛନ୍ନ ମଧୁହାସେ

ମୋହାଚ୍ଛନ୍ନ ମଧୁହାସେ

1 min
334


ନିରବ ନିଶିଥ ନିଃଶବ୍ଦେ ପାହିଲା

ନୀର ଭିଜା ନୟନରେ

ନୀଳ ସପନରେ ଆର୍ଦ୍ର ତନୁମନ

ଭିଜୁଥିଲା ସପ୍ରେମରେ ll


ଆସ ପ୍ରଭୁ ତୁମେ ବର୍ଣ୍ଣାଳୀ ଆଭାରେ

ତପନର ସ୍ୱାଗତରେ

ଦୁନିଆ ଦାଣ୍ଡରେ ପ୍ରତିଧ୍ୱନି ଶୁଭୁ

ତୁମ ନାମ କରୁଣାରେ ll


ତୁମରି ବାସରେ ତୁମରି ଆସରେ

ସୁଗନ୍ଧିତ ହେଉ ଧରା

ତୁମରି ବନ୍ଧନେ ବାନ୍ଧିଦିଅ ପ୍ରଭୁ

ହସିବ ସଂସାର ସାରା ll


ତୁମ ବିନା ଏଠି ଆଉ ସବୁ ମିଛ

ମରୀଚିକା ପଛେ ଧାଇଁ

ମୋର ମୋର କହି ଚିତ୍କାର କରି

ହେଉ ଅଛୁ ଧଇଁ ସଇଁ ll


ମୋହ ମାୟା ଠାରୁ ରଖହେ ଦୂରେଇ

ବଞ୍ଚିଥିବା ଯାଏ ଦଣ୍ଡେ

ହାତେ ମୋର ଥାଉ ପଢିବାକୁ ତଵ

ଗୀତା, ଭାଗବତ ଖଣ୍ଡେ ll


ଭିଜି ତୁମ କାମେ ଭଜି ତୁମ ନାମେ

ମଧୁର ମଧୁର ରାସେ

ସ୍ବର୍ଗୀୟ ଆନନ୍ଦ ଲଭୁଥିବି ସଦା

ମୋହାଚ୍ଛନ୍ନ ମଧୁହାସେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract