STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବଞ୍ଚିବାକୁ ହେବ

ବଞ୍ଚିବାକୁ ହେବ

1 min
324

ଏଭବ ସଂସାର ଅଟେଟି ବିଚିତ୍ର

   ହୁଏ ଏଠି ନିର୍ଯାତନା,

ତଥାପି ଜୀବନେ ସହିବାକୁ ହୁଏ

   ବଞ୍ଚିବାର ହିଁ କାମନା।


ଅଲ୍ଲୀଅଳୀ ଝିଅ ଯାଏ ଶାଶୁ ଘରେ

  ମନେ ରଖି କେତେ ସ୍ବପ୍ନ,

ନିର୍ଯାତନା ଯେବେ ହୁଏ ଶାଶୁ ଘରେ

  ମିଛ ହୋଇ ଯାଏ ସ୍ବପ୍ନ।


ତାଙ୍କ ପରିବେଶେ ବଞ୍ଚିବାକୁ ହୁଏ

  ନ ଥାଏଟି ତହିଁ ଚାରା,

ଭିତରେ ଯନ୍ତ୍ରଣା ମୁଖରେ ଟି ଖୁସି

  ରଖି ଥାଏ ନାରୀ ପରା।


ଗୃହ ନିର୍ଯାତନା ଭୁଲି ଯାଏ ନାରୀ

  ସ୍ବାମୀର ମୃଦୁ ବଚନେ,

ଶାଶୁ ଶଶୁରଙ୍କ କଥା ଭୁଲି ଯାଏ

  ପତିର ପ୍ରେମ ବନ୍ଧନେ।


ନିର୍ଯାତନା କଷ୍ଟ ଚନ୍ଦନ ମଣେ ସେ

  ବଞ୍ଚୁ ଥାଏ ଶାଶୁ ଘରେ,

କଠୋର ଶବ୍ଦକୁ ତିଳାଞ୍ଜଳି ଦେଇ

  ଖୁସି ଥାଏ ଶାଶୁ ଘରେ।


ସ୍ବାମୀ ପ୍ରେମ ହୁଏ ବଞ୍ଚିବାର ମାର୍ଗ

  ଭକ୍ତି ଜଗନ୍ନାଥ ଯହିଁ,

ଗର୍ଭରେ ସଞ୍ଚାର ହୁଏଟି ସନ୍ତାନ

  ନିର୍ଯାତନା ଦୂର ତହିଁ।


ସୁନା ବହୁ ବଲି ଆଦର ତାହାରେ

  ମିଳେ ତହିଁ ଶାଶୁ ପ୍ରେମ,

ଶଶୁର ଆଦର କରନ୍ତି ତାହାରେ

  ଏହୁତ ଗୃହସ୍ତାଶ୍ରମ।


ଦାମ୍ପତ୍ୟ ଜୀବନ ସୁଖମୟ ହୁଏ

  ସ୍ବପ୍ନ ହୁଏ ଟି ପୁର୍ଣ୍ଣ,

ଦୟା କାଳିଆର ହୁଏ ଟି ତାହାରେ

  ତହିଁରେ ଲକ୍ଷ୍ମୀ ସମ୍ପୂର୍ଣ୍ଣ।


ସହିବାକୁ ପଡେ ଦୁଃଖ ନିର୍ଯାତନା

  ଏହୁତ ଭବ ସଂସାର,

କର୍ମପଥେ ରହି ସହୁ ଥିଲେ ତାହା

  ହୁଏରେ ଖୁସି ସଂସାର।


ଜୀବନ ଟି ଏହୁ ଦୁଃଖ ସୁଖ ଭରା

  ବିଚଳିତ ନୁହଁ କେବେ,

ବିଚଳିତ ହେଲେ ସୁଖ ନାହିଁ ତହିଁ

  ଦୁଃଖ ଦୁଃଖ ଏହୁ ଭବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract