STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅଢେଇ ଦିନର କଥା

ଅଢେଇ ଦିନର କଥା

1 min
318

ଅଢେ଼ଇ ଦିନର କଥା,

ଜୀବନ ଜାଣେନା ଆୟୁଷ ହିସାବ

ଦିନେ ଦି ଦିନକୁ ଚିନ୍ତା। 


ଓଳିଏ ବାଳୁତ କାଳ,

ଓଳିଏ ବ୍ୟାଧିରେ ଓଳିଏ ବୃଦ୍ଧରେ

ଓଳିଏ ନିଦର ବେଳ,

ବାକି ଓଳିକରେ ଚାହୁଁ ଚାହୁଁ ସରେ

ସୀମିତ ଜୀବନ କାଳ। 


କେବେ ହସ କେବେ ଲୁହ,

ଅତୀତ ଚିନ୍ତାରେ ତିଥି ଯାଏ ସରି

ଭବିଷ୍ୟର ଘାରେ ଭୟ,

ଏଇ ମୁହୂର୍ତ୍ତଟି ଆଶାରେ ସ୍ୱପ୍ନରେ

ଅକାରଣେ ହୁଏ ଦାହ। 


ଭୀଷଣ ଭୋକିଲା ସ୍ୱାର୍ଥ,

ଅଣ୍ଟି ଭରୁ ଭରୁ ଗଡ଼ିଯାଏ ବେଳ

ହଜେ ବଞ୍ଚିବାର ଅର୍ଥ,

ମନ ବୁଦ୍ଧି ଓ ବିବେକର ଦ୍ଵନ୍ଦରେ

ଭାଙ୍ଗେ ନିଜ ଗଢ଼ା ସର୍ତ୍ତ। 


ସମ୍ପର୍କର ନଦୀ ତୀରେ

ଖୋଜୁ ଖୋଜୁ ନିଜ ସ୍ୱପ୍ନ ସ୍ୱାଭିମାନ

ବେଳ ବୁଡ଼େ ତୁଛାଟାରେ

କେବେ ଭାଙ୍ଗେ କେବେ ପୁଣି ଗଢ଼ି ଉଠେ

ହସର ଆମ୍ବ ତୋଟାରେ। 


ପ୍ରକୃତିରେ ବନ୍ଧା ମନ,

ସୁଖ ଓ ବିଳାସ ଅଭିବୃଦ୍ଧି ପାଇଁ

ବିତିଯାଏ ଏ ଜୀବନ,

ସ୍ୱପ୍ନ ରାଇଜରେ ବୁଲୁ ବୁଲୁ ଭୁଲେ

ଏ ଜୀବନ ଅଢେ଼ଇ ଦିନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract