STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ଈଶ୍ୱର ଯେ ଦେଶ କର୍ତ୍ତା

ଈଶ୍ୱର ଯେ ଦେଶ କର୍ତ୍ତା

1 min
272


ବହୁ ବିଭିଧତା ଭିତରେ ଭାରତ

ଗୌରବେ ଟେକିଛି ମଥା,

କାହିଁ କେତେ କାଳୁ ରହିଛି ରହିବ

ଐତିହ୍ୟର ପୁଣ୍ୟ ଗାଥା। 


ଯୋଡ଼ ହସ୍ତେ କରି ମଥାନତ ଧୀରେ

ଅଭିବାଦନର ଶୈଳୀ,

ଅତିଥି ଦେବତା ଏହି ମହାନତା

ବିଶ୍ବରେ ସ୍ଥାପିଛି ଶିରୀ। 


ମହାଭାରତ ଓ ରାମାୟଣ କହେ

ଭାରତର ପୁଣ୍ୟ କଥା,

ଧର୍ମ ସଂସ୍କୃତିର ବିଜୟ ଧ୍ୱଜାରେ

ସମୃଦ୍ଧ ଐତିହ୍ୟ ଚିତା।


ଶତ ଶତ ଭାଷା ଶତ ଶତ ଜାତି

ଏକତା ସୂତ୍ରରେ ବନ୍ଧା,

ସେ ପାଇଁ ଭାରତ ଅନେକରେ ଏକ

ଗୋଟିଏ ମାଳାରେ ଛନ୍ଦା। 


ଧର୍ମ ଏଠି ନୁହେଁ ପ୍ରସଙ୍ଗଟେ ମାତ୍ର

ଆତ୍ମା ଅନୁଭବ ସୂତ୍ର,

ଜୀବନଚର୍ଯ୍ୟାରେ ଦିଶଇ ଝଲକ 

ମାନବର ଶୁଦ୍ଧ ଚିତ୍ର। 


ନୃତ୍ୟ ସଙ୍ଗୀତରେ ଫୁଟି ଉଠେ ତାର

ଜୀବନ୍ତ ନିଛକ ଆତ୍ମା,

ଭାବ ଓ ଭଙ୍ଗୀର ରସ ପ୍ଲାବନରେ

ଭେଟିପାରେ ପର-ମାତ୍ମା। 


କଳାକୃତି ତାର ବଖାଣେ ସଗର୍ବେ

ଐତିହ୍ୟର କିର୍ତ୍ତି ରାଜି

କେତେ ଯେ ସମୃଦ୍ଧ କେତେ ବା ପ୍ରାଚୀନ

ସେତେ ମିଳେ ଯେତେ ଖୋଜି। 


ଯୋଗ ପ୍ରାଣାୟାମ ଧ୍ୟାନ ଓ ଧାରଣା

ଅତି ଗୁହ୍ୟତମ ଜ୍ଞାନ,

ମୁନିଋଷି ଗଣ ସିଦ୍ଧ କରିଗଲେ

ସଞ୍ଚି ସେହି ମହା ଧନ। 


ସାଗର ମଧ୍ୟରେ ଶିଳା ସେତୁବନ୍ଧ

ରାମାୟଣର ଯେ ସାକ୍ଷୀ,

ଈଶ୍ୱର ଏ ଦେଶ କୋଣେ କୋଣେ ରହି

ସାଜନ୍ତି ଅଦେଖା ଆଖି। 


ପଶୁ ପକ୍ଷୀ ବୃକ୍ଷ କି ଜୀବ ନିର୍ଜୀବ

ସବୁଠି ଈଶ୍ୱର ସତ୍ତା,

ଭକ୍ତି ଶକ୍ତି ମୁକ୍ତି ପ୍ରଗତିର ଦେଶ

ଈଶ୍ୱର ଏ ଦେଶ କର୍ତ୍ତା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract