STORYMIRROR

Gitanjali Pujapanda

Abstract

4  

Gitanjali Pujapanda

Abstract

ଅଲକ୍ଷ୍ୟ ପଥ

ଅଲକ୍ଷ୍ୟ ପଥ

1 min
383


ଜୀବନ ରେ ନାହିଁ କିଛି ଲକ୍ଷ୍ୟ ନାହିଁ କିଛି ପଥ

          ଅଛି ଖାଲି ମୁଠା ମୁଠା ଦୁଃଖ ଆଉ ଯନ୍ତ୍ରଣା।

ଜୀବନ ର ବାଜି ରେ ହାରି ଆତ୍ମହତ୍ୟା

         ସାଜେ ଆଜି ଜୀବନ ର ସତ୍ୟତା ।

ହାରି ଥିବା ଜୀବନ ଯେ ଅଲକ୍ଷ୍ୟ ପଥ ର ଯାତ୍ରୀ ଟିଏ

           ହେଲେ ହାରି ଜଣେ କାହିଁକି?? ଜୀବନ କୁ ହାରି

ଆପଣେଇ ନିଏ ଅଲକ୍ଷ୍ୟ ପଥ କୁ।

                               ଦୁଃଖୀ ମଣିଷ ଟି କାହାକୁ କଣ?

  କହିଦିଏ ଜାଣେ ନାହିଁ ସିଏ  ଭୂଲ ଥିଲେ କାହାର 

                 ଭାଗ୍ୟ ତାକୁ କାହିଁକି??ଦୋଷ ଦେଇ ଯାଏ।

       ସେ କଣ ଖାଲି ହାଡ଼ ରକ୍ତ ମାଂସ ର ଖେଳନା ଟିଏ।

ବିଚଳିତ ମନ ରେ ଘୁରି ବୁଲୁ ଥାଏ,

              ଲାଗେ ତାକୁ ଦୁର୍ଭାଗ୍ୟ ର ସିଏ ଏକ ପର କଟା ପକ୍ଷୀ ଟିଏ।

ଖୋଜି ବୁଲୁଥାଏ ସୁନୀଳ ଆକାଶ ର ବୁକୁ

                   ଡେଣା ଛାଟି ଉଡିବାକୁ ଦୂର ବହୁ ଦୂରକୁ।

ମାତ୍ର ଏ କଣ ସ୍ୱପ୍ନ ସବୁ ତାର ଭାଙ୍ଗି

                       ଯାଏ ତାସ ଘର ପରି।

ଇନ୍ଦ୍ରଧନୁ ର ଛାଇ ପରି ଭାଗ୍ୟ ପୁଣି ବାଧ୍ୟ କରେ

              ଆତ୍ମହତ୍ୟା ର ସେ ଅଲକ୍ଷ୍ୟ ପଥ ବାଛି ବାକୁ।

ଜୀବନ ହାରି ବାଟା ଏତେ ସହଜ ନୁହେଁ ।

    ଅଲକ୍ଷ୍ୟ ପଥ ର ପଥିକ ହିଁ ଜାଣିଥାଏ ହାରିବାର ମାନେ।

ଏ ଅମୂଲ୍ୟ ଜୀବନ ନୁହେଁ ଖେଳନା ସମାନ

        ବିଶ୍ୱାସ ଥିଲେ ସବୁ ସମସ୍ୟା ହୁଏ ସହଜ ସମାଧାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract