Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Rana

Abstract

4  

Prasanna Rana

Abstract

ଈଶ୍ବରଙ୍କୁ ପ୍ରଶ୍ନ

ଈଶ୍ବରଙ୍କୁ ପ୍ରଶ୍ନ

1 min
254


   ହେ ଈଶ୍ବର ! ଦିଅ ଉତ୍ତର,

କାହିଁକି ଜଗତେ ପାପର ରାଜତ୍ବ ?

    ପୂଣ୍ୟ ହୁଏ ଏଠି କାତର।

ନିର୍ଦୋଷ ଯେଉଁଠି ଭୋଗେ କାରାକଷ୍ଟ

 ଅପରାଧୀ ବୁଲେ କରି ମନ ହୃଷ୍ଟ

 ସତ୍ଯପଥ ଏଠି ଦୁର୍ଗମ କାହିଁକି ?

      ଅସତର ପଥ ରୁତିର,

   ହେ ଈଶ୍ବର ! ଦିଅ ଉତ୍ତର।

ଅତ୍ୟାଚାରୀ ଏଠି ଭୋଗେ ରାଜସୁଖ

 ଶୁଣୁଛି କିଏସେ ପୀଡ଼ିତର ଦୁଃଖ

ପାପୀ ଲଭେ ଏଠି ପ୍ରାଚୁର୍ଯ୍ୟ କାହିଁକି ?

      ଭକ୍ତ ଖାଏ ନିତି ପାହାର,

     ହେ ଈଶ୍ବର ! ଦିଅ ଉତ୍ତର।

କର୍ମକୁଣ୍ଠ ପାଇଁ ସକଳ ମାଗଣା

କର୍ମନିଷ୍ଠ ସହେ ଯେତେକ ଯନ୍ତ୍ରଣା

କର୍ତ୍ତବ୍ୟନିଷ୍ଠକୁ ଦହଗଞ୍ଜ କିଆଁ ?

    ଚାଟୁକାର ପାଏ ଆଦର,

   ହେ ଈଶ୍ବର ! ଦିଅ ଉତ୍ତର।

ସରଳ ମଣିଷ ବଳି ପଡ଼େ ନିତି

କୁଚକ୍ରୀର କିଆଁ ବଢ଼େ ପ୍ରତିପତ୍ତି ?

ପତିତ ଜନଙ୍କ ଦୁଃଖ ଶୁଣିବ କି ?

  ହେଲ କିବା ମୂକ ବଧିର,

 ହେ ଈଶ୍ବର ! ଦିଅ ଉତ୍ତର ।


Rate this content
Log in

Similar oriya poem from Abstract