କେମିତି ଜୀବନ
କେମିତି ଜୀବନ
କେମିତି ଜୀବନ ନୟନରୁ ଲୁହ
ନିତିଦିନ ଝରିଯାଏ,
ଅକୁହା ଅଶୁଣା ବେଦନା ମନର
ଦୀପାଳିରେ ଭରିଯାଏ ।
ହସେନି ସୁଖର ଶିଖାରେ ଅଗଣା
ଭରେ ଖାଳି ପଶ୍ଚାତାପ,
ସାରେନି ଜୋଛନା ତିମିରର ତମ
ମନ ଛୁଏଁ ଖାଲି ପାପ I
ଗ୍ରୀଷ୍ମର ଶୁଖିଲା ସରୋବର ଭଳି
ମୋ ମନ ନିଦାଘେ ସିଝିଛି,
ଶିଶିର ରଜନୀ ସ୍ଵପ୍ନର ଶେଫାଳି
ଅଲୋଡ଼ା କରି ବିଞ୍ଚିଛି I
ଅଧା ପୋଡା କାଠ ଭଳି ଏହି ମନ
ନା ଜଳୁଛି ନା ଲିଭିଛି,
ମରଣ ଆସୁନି ଜୀବନ ହସୁନି
ମରିନି ବୋଲି ବଞ୍ଚିଛି II