STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଦୟିନୀ

ଦୟିନୀ

1 min
361

ଜୀବନର ପ୍ରତି ଭିଡ଼ରେ ମୋଡ଼ରେ

ତୁମକୁ ମୁଁ ସଦା ଚିନ୍ତିଛି,

ତୁମେ ମୋର ମୁଁ ତୁମର ବୋଲି ଭାବି

ତୁମ ପଦେ ଜୀବ ସମ୍ପିଛି। 


ସୁଖରେ ହସିଛି ଦୁଃଖରେ କାନ୍ଦିଛି

କରିନାହିଁ କେବେ ବିରୋଧ,

ଯାହା ଦେଇଅଛ ନିରବେ ଭୋଗିଛି

ହୋଇନାହିଁ କେବେ ଅବାଧ୍ୟ। 


ତୁମେ ମୋର ହିତାକାଂକ୍ଷୀ ଏକା ବୋଲି

ମାନିନିଏ ସବୁ ସହଜେ,

ଯେତେବେଳେ ଯାହା ଲଦିଛ ମୋ ପରେ

ଆଦରିଛି ମନ ମଗଜେ। 


ତୁମେ ପ୍ରଭୁ ମୁଁ ଯେ ଦାସାନୁଦାସଟେ

ଆଉ କି କରି ମୁଁ ପାରିବି

ତୁମରି ପ୍ରଦତ୍ତ ଜୀବନକୁ ଜିଇଁ

ତୁମ ଆଜ୍ଞା ପାଇ ମରିବି। 


ନିରବରେ ସବୁ ସହିଯାଏ ବୋଲି

ଆଦର କି ମୋତେ କରିଛ,

ତାପରେ ତାପରେ ଦୁଃଖ ଅପବାଦ

ମୋ ଭାଗ୍ୟରେ ଲେଖି ଦେଇଛ। 


ହୃଦୟଟେ ବୋଲି ଦେଇଛ ଛାତିରେ

କେତେ ଆଉ କୁହ ସହିବ,

ତୁମେ ଶିଳା ବୋଲି ସେ କଣ ପଥର

କେତେ ଅବା ଧୈର୍ଯ୍ୟ ଧରିବ !


ସହିବାର ଏବେ ଟପିଲାଣି ସୀମା

ବିରତି ବି ଟିକେ ଦିଅନା,

କୁହ ପ୍ରଭୁ ଆଉ କାହାକୁ କହିବି

ତୁମେ ଯେବେ ଶୁଣି ଶୁଣନା। 


ହେ ବିଶ୍ୱ ନିୟନ୍ତା ପିଇ ହୁଏ ନାହିଁ

ଆଉ ଏ ଜୀବନ ବିଷ, 

ପାରିବ ଯଦି ମୋ ବ୍ୟଥା ହରିନିଅ 

ଅଥବା ଦେହୁ ନିଶ୍ବାସ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract