Ajit Kumar Raut

Abstract

4  

Ajit Kumar Raut

Abstract

ମଧୁସୂଦନଙ୍କ ଜନ୍ମ ଜୟନ୍ତୀ

ମଧୁସୂଦନଙ୍କ ଜନ୍ମ ଜୟନ୍ତୀ

1 min
369



ଧନ୍ୟ ମଧୁବାବୁ ଓଡ଼ିଆ ଗୌରବ

  କିଦେଇ ପୂଜିବି ତୋରେ,

ଅଠେଇଶ ଏପ୍ରିଲ ତୁମର ଜନମ

  ଓଡ଼ିଆ ପୂଜନ କରେ।


ଓଡ଼ିଆ ଗର୍ବିତ ତୁମରି କାରଣୁ

  ସୁରକ୍ଷିତ କଲ ତାରେ,

ଉତ୍କଳ ସ୍ଥାପନେ ପୁରୋଧା ହେ ତୁମେ

  ଶ୍ରଦ୍ଧାଞ୍ଜଳି ଚରଣରେ।


ସତ୍ୟଭାମା ପୁର କଟକ ଜିଲ୍ଲାର

  ମହାନ ଆତ୍ମାର ଜନ୍ମ,

ବୁଦ୍ଧିଜୀବୀ ତୁମେ ଓଡ଼ିଆ ଜାତିର

  ଉତ୍କଳ କଲ ଟି ଧନ୍ୟ।


ଓଡ଼ିଆ ଭାଷାକୁ ଦେଲଟି ସମ୍ମାନ

  ତାହା ପାଇଁ ଆନ୍ଦୋଳନ,

ପୁରୋଧା ଟି ତୁମେ ଲେଖକ ଓ କବି

  ଭାଷାର କଲ ସମ୍ମାନ।  


ଥିଲେ ଓଡିଶାର ଆଗ ବାରିଷ୍ଟର

  ଗ୍ରେଜୁଏଟ୍ ହିଁ ପ୍ରଥମ,

ପ୍ରଥମ ଓଡ଼ିଆ ପ୍ରଥମ ଏମ. ଏ

  ବିଲାତ ଯାତ୍ରା ପ୍ରଥମ।


ଏକତ୍ରୀକରଣେ ବିଚ୍ଛନ୍ନାଚଳକୁ

  ଥିଲା ଟି ତୁମ ସଂଗ୍ରାମ,

ଉତ୍କଳ ଗଠନ ୧୯୩୬ ହେଲା

  ସଫଳ ହେଲା ସଂଗ୍ରାମ।


ଏକ ଅପ୍ରେଲ ଟି ଥିଲା ସେହୁ ଦିନ

   ଉତ୍କଳର ପାଇଁ ଖୁସି,

ଓଡ଼ିଆ ଭାଷୀଙ୍କୁ ଗୌରବ ମିଳିଲା

   ଓଡ଼ିଆ ହୋଇଲେ ଖୁସି।


କଲ କବିତାରେ ଜାଗ୍ରତ ଓଡିଆ

  ଲେଖେ ଜନ୍ମ ଜୟନ୍ତୀରେ,

ଗୁଞ୍ଜୁ ଥିବ ତାହା ଯୁଗ ଯୁଗ ଧରି

  ଓଡ଼ିଆଙ୍କ ପ୍ରେରଣାରେ।


ଜାତି ନନ୍ଦିଘୋଷ ଚଳିବ କି ଭାଇ

  ସ୍ବାର୍ଥକୁ ସାରଥୀ କଲେ,

ଟାଣେ କିରେ ଗାଡ଼ି ଦାନାର ତୋବଡା

  ଘୋଡା ମୁହେଁ ବନ୍ଧା ଥିଲେ?


ଉଠରେ ଉଠରେ ଓଡ଼ିଆ ସନ୍ତାନ

  ଉଠିବୁ ତୁ କେତେ ଦିନେ?

ଗୁଞ୍ଜେ ତାଙ୍କ ବାକ୍ୟ ଓଡ଼ିଆ ଙ୍କ ହୃଦେ

   ଗୁଞ୍ଜୁ ଥିବ ଅନୁକ୍ଷଣେ।


ମା'ମା' ବୋଲି କେତେ ମୁଁ ଖୋଜିଲି

   ମା'କୁ ପାଇଲି ନାହିଁ,

ଭାଇ ଭାଇ ବଲି କେତେ ମୁଁ ଡାକିଲି

  ନଦେଲେ ଉତ୍ତର କେହି।


ତୁ ପରା ବୋଲାଉ ଉତ୍କଳ ସନ୍ତାନ

  ତେବେ ତୁହି କିଂପା ଭୀରୁ,

ତୋହର ଜନନୀ ରୋଦନ କରିଲେ

  କହିବାକୁ କିଂପା ଡ଼ରୁ?


ଭାଷା ଜାତି ପାଇଁ ତାଙ୍କରି କବିତା

  ରଚନ ଟି ଥିଲା ତାଙ୍କ,

ଯୁଗ ଯୁଗ ଧରି ଗୁଞ୍ଜୁ ଥିବ ହୃଦେ

  ଜାତି ପ୍ରୀତି ଶ୍ରଦ୍ଧା ତାଙ୍କ।


ଏକତ୍ରିତ ହୁଅ ଓଡ଼ିଆ ଭାଷୀ ହେ

  ତାଙ୍କ ଜନ୍ମ ଜୟନ୍ତୀରେ,

ବିଚ୍ଛନ୍ନାଚଳରେ ଧ୍ୟାନ ପଡୁ ଥରେ

  ଶିକ୍ଷା ମିଳୁ ଓଡ଼ିଆ ରେ।


ଶିକ୍ଷା ଜ୍ଞାନ ମିଳୁ ଓଡ଼ିଆ ଭାଷାରେ

  ଉତ୍କଳର ଧ୍ୟାନ ପଡୁ,

ପର ପରି କେବେ ନଭାବ ଆମରେ

  ମନେ ମଧୁବାବୁ ପଡୁ।


ଓଡ଼ିଆ ଅଛନ୍ତି ବିଚ୍ଛନ୍ନାଚଳରେ

  ମନେ ପଡୁ ତାଙ୍କ କଥା,

ଶିକ୍ଷା ଜନନୀର ମିଳୁ ଓଡ଼ିଆଙ୍କୁ

  ନ କର ଛେଉଣ୍ଡ ଯଥା।


ଶ୍ରଦ୍ଧାଞ୍ଜଳି ତାଙ୍କୁ ପୁଷ୍ପାଞ୍ଜଳି ତାଙ୍କୁ

  ଓଡ଼ିଆ ଗୌରବ ଭାଇ,

କୋଟି ପ୍ରଣିପାତ ମଧୁସୂଦନ ଙ୍କୁ

  ଆମର ଆଦର୍ଶ ଭାଇ।


ଉତ୍କଳର ଭୁଇଁ ବିଚ୍ଛିନ୍ନ ଏ ଭୁଇଁ

  ସବୁ ଆମେତ ଓଡ଼ିଆ,

ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ

  ଆମ ସିଂଭୂମେ ଓଡ଼ିଆ।



Rate this content
Log in

Similar oriya poem from Abstract