STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ସଂଜ୍ଞାହୀନ ଜୀବନ

ସଂଜ୍ଞାହୀନ ଜୀବନ

1 min
281

ସଂଜ୍ଞାହୀନ ଏ ଜୀବନ

ସୀମା ହୀନ ତା'ର କାର୍ଯ୍ୟ

କେ କ'ଣ କରିପାରିଛି

ଜୀବନର ସଂଜ୍ଞା ନିରୂପଣ ?


କିଛି ନାହିଁ ତା'ର ନିର୍ଦ୍ଧିଷ୍ଟତା

କ'ଣ ତା'ର ରୂପରେଖ

କ'ଣ ଏ ଜୀବର ଜୀବନଟା

କେବଳ କ'ଣ ଲୋଭ ମୋହରେ

ସନ୍ତୁଳି ହେବା

ଜୀବନର ମୂଲ୍ୟବୋଧକୁ ବୁଝି

ଦେଶ ଓ ସମାଜ ପାଇଁ କିଛି

କର୍ତ୍ତବ୍ୟ କରି ଜନ୍ମ ଓ ଜୀବନକୁ

ସାର୍ଥକ କରିବା ।


ମିଛ ମାୟାର କୁହୁଡି ସଦୃଶ

ଅର୍ଥ ଓ ସ୍ବାର୍ଥ ପଛେ ଧାଇଁ ଧାଇଁ

ସ୍ଵାର୍ଥପର ହୋଇଯିବା ନା

ପରୋପକାର ଅପରର ମଙ୍ଗଳ ପାଇଁ

ଏ ଜୀବନକୁ ଉତ୍ସର୍ଗୀକୃତ କରିବା ।


ସମୟର ସଦୁପଯୋଗ କରି

ଆସ ରଖିବା ଆମ ଦେଶର ମାନ

ବଞ୍ଚିବାର ମାନେ ନୁହେଁ ଖାଲି ଜୀବନ

କରିଯିବା ଜୀବ ଦ୍ଦଶାରେ କିଛି ଦାନ ପୁଣ୍ୟ

ତେବେ ଯାଇ ବୁଝିବା ଆମ ଏ ଜୀବନ ଟା କ'ଣ

ତ୍ୟାଗ ଓ ବଳିଦାନ ପାଇଁ ଗଢା ଏ ଜୀବନ ।


କେତେ କେତେ ଦାର୍ଶନିକ

ଦର୍ଶନ ଶାସ୍ତ୍ରେ ତାଙ୍କ ଦେଇଛନ୍ତି

ନାନା ପ୍ରକାରେ ତାଙ୍କ ଜୀବନ ଦର୍ଶନ

ଆମ କାର୍ଯ୍ୟ ଶୈଳୀ ଓ କାର୍ଯ୍ୟ ନୈପୁଣ୍ୟ

ଆମକୁ ସମାଜେ ଦିଏ ମାନ ସମ୍ମାନ

ସତ୍ୟ, ନ୍ୟାୟ ଓ ଧର୍ମ ପଥରେ

ଯଦି କରିବ ଚଳନ

ଏ ଜୀବନର ସଂଜ୍ଞା ଆମେ

ସହଜେ କରିପାରିବା ନିରୂପଣ ।


ସେବା ଓ ଦେବାରେ

ଥାଏ ଯେତେ

ଆତ୍ମ ତୃପ୍ତି ଓ ଆତ୍ମ ସମ୍ମାନ

ସ୍ଵାର୍ଥୀ କି ବୁଝିବେ

ଭୋଗଠୁ ତ୍ୟାଗ ମହାନ

ତ୍ୟାଗ ଓ ବଳିଦାନ

କେବେ ନୁହେଁ ମୂଲ୍ୟ ହୀନ

ତ୍ୟାଗପୂତ ଭାବେ ବଞ୍ଚିବାରେ

ଥାଏ ଯେଉଁ ଆତ୍ମତୃପ୍ତି ଓ ସମ୍ମାନ

ସେ ପାଇଁ ତ୍ୟାଗୀ ହିଁ ମହାନ୍

ତ୍ୟାଗ ହିଁ ଜୀବନ

ସେବା ହିଁ ଜୀବନର ଗୁରୁ ଜ୍ଞାନ

ପରୋପକାର କରିବା ପାଇଁ

ଗଢା ଆମ ଏ ଜୀବନ ।


Rate this content
Log in

Similar oriya poem from Abstract