STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସକାଳ ସାଏରୀ

ସକାଳ ସାଏରୀ

1 min
195

ସକାଳ ଚାହିଁ ରହିଥାଏ 

ନୂଆ ଏକ ଆରମ୍ଭର 

ଦସ୍ତଖତ ଦେଖିଯିବ ବୋଲି,

ଜୀବନ କିନ୍ତୁ ଘୁମାଉ ଥାଏ

କାଲି ରାତିର ନିଦରେ

ନିଶାଗ୍ରସ୍ତ ଲୋରି ବୋଲି ବୋଲି। 


ଅନେକ ବିଫଳ ତାରା 

ଖସି ପଡନ୍ତି ଏଠି

ନିତି ଦିନିଆ ଅଡ଼ୁଆ ସୂତାରେ,

ସମୟ ମୁରୁକି ହସେ

ପାଗଳାମି ଦେଖି ଦେଖି ନିତି

ଦେଖୁ ଦେଖୁ ବେଳ ଯାଏ ଚାଲି। 


ପାଦ ତ ଅନେକ ବଢ଼େ

ଦିଗ ନିର୍ଦ୍ଦିଷ୍ଟ କରିବା ଆଗରୁ

ଦିଗନ୍ତର ଧୁମ୍ର ସମ୍ମୋହନେ,

ପଥ ହଜେ ଲକ୍ଷ ହଜେ

ମଧ୍ୟାହ୍ନର ତତଲା ମୋହରେ

ବାଟ ଜଗେ ଶେଷରେ ଗୋଧୂଳି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract