ସକାଳ ସାଏରୀ
ସକାଳ ସାଏରୀ
ସକାଳ ଚାହିଁ ରହିଥାଏ
ନୂଆ ଏକ ଆରମ୍ଭର
ଦସ୍ତଖତ ଦେଖିଯିବ ବୋଲି,
ଜୀବନ କିନ୍ତୁ ଘୁମାଉ ଥାଏ
କାଲି ରାତିର ନିଦରେ
ନିଶାଗ୍ରସ୍ତ ଲୋରି ବୋଲି ବୋଲି।
ଅନେକ ବିଫଳ ତାରା
ଖସି ପଡନ୍ତି ଏଠି
ନିତି ଦିନିଆ ଅଡ଼ୁଆ ସୂତାରେ,
ସମୟ ମୁରୁକି ହସେ
ପାଗଳାମି ଦେଖି ଦେଖି ନିତି
ଦେଖୁ ଦେଖୁ ବେଳ ଯାଏ ଚାଲି।
ପାଦ ତ ଅନେକ ବଢ଼େ
ଦିଗ ନିର୍ଦ୍ଦିଷ୍ଟ କରିବା ଆଗରୁ
ଦିଗନ୍ତର ଧୁମ୍ର ସମ୍ମୋହନେ,
ପଥ ହଜେ ଲକ୍ଷ ହଜେ
ମଧ୍ୟାହ୍ନର ତତଲା ମୋହରେ
ବାଟ ଜଗେ ଶେଷରେ ଗୋଧୂଳି।