ନିରିମାଖି ଆଶ୍ଵିନ
ନିରିମାଖି ଆଶ୍ଵିନ
ଆଶ୍ଵିନ ମାସର ଆକାଶ ନିର୍ମଳ
ନିରିମଳ ରାସ୍ତା ଘାଟ
ପାର୍ବଣ ମାସରେ ମନ ଉତ୍ଫୁଲିତ
ମନ୍ଦିରେ ଲାଗଇ ଥାଟ ।
ଆକାଶ ନିର୍ମଳ ଗାଁ ନିରିମଳ
ପାର୍ବଣ ପାଇଁ ଯେ ସଭା
ଶ୍ରଦ୍ଧାର ଫୁଲରେ ମାଆର ବନ୍ଦନ
ମାଆ ଦିଶେ ମନ ଲୋଭା ।
ଗାଁ ଦାଣ୍ଡ ସଫା ପୁଷ୍କରିଣୀ ସଫା
ଝୁଲୁଥାଏ କାଶତଣ୍ଡି
କାଶତଣ୍ଡି ଫୁଲ ଆଣଇ ଖବର
ଶରତ ଆସିଲା ବୋଲି ।
ଗାଁ ଥିଲା ମୋର ସଂସ୍କୃତି ମଣ୍ଡିତ
ଏକତା ଥିଲା ତା ବଳ
ବୃଦ୍ଧ ବାଳୁତ ଯେ ସମସ୍ତେ ଚଞ୍ଚଳ
ମନରେ ନଥିଲା ଖେଦ ।
ଆଶ୍ଵିନ ମାସର ପରବ ନିଆରା
ଘରେ ଘରେ ଯେ ପାର୍ବଣ
ସକାଳୁ ରାତି ଯେ ଧୂପ ଦୀପେ ଗାଁ
ହେଉଥିଲା ବାସ୍ନାୟିତ ।
କ୍ଳାନ୍ତି ହୀନ ଦେହ ପ୍ରସାଦ ପରଶି
ଆତ୍ମତୃପ୍ତି ଲଭୁ ଥିଲା
ସଂପର୍କ ସୂତ୍ର ଟି ଆନ୍ତରିକତା ରେ
ମଜଭୂତ ହୋଇଥିଲା ।
କଇଁ ଫୁଲ ତୋଳା କେତେ ମଜାଦାର
ଦାଣ୍ଡରେ ତୋରଣ ସଜା
ଦୁଆରେ ଦୁଆରେକଇଁ ଫୁଲ ଖଞ୍ଜା
ଅପୂର୍ବ ସେ ସାଜ ସଜା ।
ନଡ଼ିଆ ଗଛର ପତର ଦେହରେ
ଗୋଟି ଗୋଟି କଇଁ ଫୁଲ
କଇଁ ର ଆନନ୍ଦ କହିଲେ ନସରେ
ମାଆ ପାଇଁ ସମର୍ପିତ ।
ଘଣ୍ଟ ଘଣ୍ଟା ଶଦ୍ଦେ ଗାଁ କମ୍ପୁଥିଲା
ବାଇଦ ବି ବାଜୁ ଥିଲା
ଗାଁ ହସୁଥିଲା ପାର୍ବଣ ଋତୁରେ
ଆନନ୍ଦ ଯେ ବର୍ଷୁ ଥିଲା ।
ସେ ଦିନର ସ୍ମୃତି ମନେ ପଡେ ଆଜି
କାଶତଣ୍ଡୀ ଫୁଲ ଖୋଜେ
କଇଁ ଫୁଲ ର ସେ ଅପୂର୍ବ ତୋରଣ
ହଜିଗଲା କେଉଁ ଆଡ଼େ ।
ସହଜ ହୋଇଛି ଜୀବନର ଶୈଳୀ
ଶ୍ରଦ୍ଧା ଯାଇଛି ଉଭେଇ
ପାର୍ବଣ ଆସିଲେ ସମସ୍ତେ ଚିନ୍ତିତ
କାମ ବଢି ଯିବ ବୋଲି ।
ଆଶ୍ୱିନ ଆକାଶ ନିରିମଳ ନାହିଁ
ମେଘ ମନ ଇଚ୍ଛା ଆସେ
ମଣିଷ ଉନ୍ନତ ହୋଇଅଛି ସିନା
ମନେ ଶାନ୍ତି ଯେ ନ ମିଳେ I
କାଶତଣ୍ଡୀ ନାହିଁ ନାହିଁ ନୀଳକଇଁ
ନାହିଁ ଗାଁର ଐତିହ୍ୟ
ଏକତାର କଥା ନ କହିଲେ ଭଲ
ଭାବିଲେ ଲାଗେ ଅସହ୍ୟ ।
ନିରିମାଖି ଏଇ ଆଶ୍ୱିନ ଟା ଆଜି
ଗୁମୁରି ଗୁମୁରି କାନ୍ଦେ
ପୁରୁଣା ସ୍ମୃତିକୁ ମନେ ପକାଇ ସେ
ଚୁପ୍ ଚାପ୍ ବସି ରହେ ।
