ଶୁଖିଲା ଶ୍ରାବଣ
ଶୁଖିଲା ଶ୍ରାବଣ
ବରଷା ଦିନେ ବରଷା ନାହିଁ
ଶୁଖିଲା ଶ୍ରାବଣ
ଫଗୁଣ ଦିନେ ଫଗୁଣ ନାହିଁ
ଫେରିଲା ଫଗୁଣ ।
ପଳାସ ଫୁଲ ମହକ ନାହିଁ
ଫୁଟିବି କାନନେ
ଗୋଲାପ ଫୁଲ ମହକ ଅଛି
ଫୁଟି ଉପବନେ ।
ଚାତକ ଚାହିଁ ବରଷାରାଣୀ
କେବେ ପଡେ ନାହିଁ
ଶୁଖିଲା ତୃଷାରେ ଚାହିଁ ଥାଏ
ଛାଇ ଖରା ସହି ।
ବେଳ ଜାଣି କାମ କଲେ
ମୂଲ୍ୟ
ମିଳେ ଜାଣ
ଆଶା ଢ଼େ ନ ହେଲେ ବର୍ଷା
ନିଶ୍ଚେ
ମାଟି ଟାଣ ।
ଜୀବନ ଗଲେ ରହଇ
କୃତି କର୍ମ ମାନ
ନ ହେଲେ ତୁଚ୍ଛା ଶୁଖିଲା
ଶ୍ରାବଣ ପୂଜନ ।
