Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Hota

Abstract

3  

Kalyani Hota

Abstract

ଗୁରୁ

ଗୁରୁ

1 min
247


ଅନ୍ଧାର ରାସ୍ତାରେ ଯିଏ

ବାଟ କଡେଇ ଆଲୋକ କୁ ନିଏ

ସେ ମୋ ଗୁରୁ ଆଉ କେହି ନାହିଁ

ତାଙ୍କ ବିନା ମୋର ଅସ୍ତିତ୍ବ କାହିଁ ।


ଲକ୍ଷ୍ୟ ହରା ଦିଗହରା ପଥିକ ହୋଇ

ଘୂରି ବୁଲୁଥିଲି ଘୂର୍ଣ୍ଣିଝଡରେ ପଡ଼ି

ଗୁରୁ ଦେଇଛନ୍ତି ରାହା ମୋ ଜୀବନେ

ପୂନର୍ଜନ୍ମର ସ୍ଵାଦ କ୍ଷଣେ କ୍ଷଣେ ।


ଆହା କି ଆନନ୍ଦ ଦିବ୍ୟସ୍ପର୍ଶ ତାଙ୍କରି

ରୋମେ ରୋମେ ଖେଳେ ପ୍ରାଣ ଲହରି

ବର୍ଷ ବର୍ଷ ର ଅସଂଖ୍ୟ ମୃତ କୋଷିକା

ଜୀବନ୍ୟାସ ଦେଇ ନାଶିଲେ ଅହମିକା ।


ଚଉରାଅଶୀ ଲକ୍ଷ୍ୟ ଯୋନି ରେ ଘୂରି ଘୂରି

ଏ ଜନ୍ମେ ମୋ ଗୁରୁ ରଖିଲେ ଆବେରି

ଜୀବ ଥିବାଯାଏ ତେଜିବିନି ପଦଯୁଗଳ

ଶରଣାଗତ ମୁଁ ତାଙ୍କ, ଇହ ପର କାଳ ।


Rate this content
Log in

Similar oriya poem from Abstract