Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Hota

Abstract

3  

Kalyani Hota

Abstract

ମରୁଭୂମିର ଓଟ

ମରୁଭୂମିର ଓଟ

1 min
197



ଶୁଷ୍କ ମରୁଭୂମିର ମୁଁ କାମିକା ଓଟ

ପିଠିରେ ଲଦା ହୋଇଛି

ଅନେକ କର୍ତ୍ତବ୍ୟ ର ବୋଝ

ମେଞ୍ଚା ମେଞ୍ଚା ଦାୟିତ୍ଵ

ଅନ୍ୟର ଆବଶ୍ୟକ ଓ

ଦରଦର ଚିଠା

ଚାଲିବାକୁ ହେବ ମୋତେ ସହସ୍ର କୋଶ

ପଛକୁ ଚାହିଁବାରେ

ନାହିଁ ମୋ ଛାତି ରେ ଜୁ

ଆଗକୁ ପଡ଼ିଥିବା ମାଇଲ୍ ମାଇଲ୍

ବେହିସାବି ଦୂରତା

ଅତୀତ ଓ ଭବିଷ୍ୟତ କୁ

ଦେଖିବାକୁ ସମୟ କାହିଁ ?

ଦେଖିଲେ ପୋଡିଯିବ ମୋ ଶକ୍ତ ପାଦ

ମରୁଭୂମିର ଉତ୍ତପ୍ତ ବାଲିରେ

ଶୀଘ୍ର ଶୀଘ୍ର ଚାଲିବାକୁ ହୁଏ

ଚାଲିଛି ମୁଁ ଅସରନ୍ତି ପଥେ

ଦେହ ଓ ମନ ରେ ବଳ ଥିବା ଯାଏଁ

ଚାଲୁଥିବି ହୋଇ ଏକ ମନ ଏକ ପ୍ରାଣ

 ଏଇ ତ ମୋ ଜୀବନ।

             


Rate this content
Log in

Similar oriya poem from Abstract