STORYMIRROR

Kalyani Hota

Others

3  

Kalyani Hota

Others

ଆସ ଆସ ମାଁ

ଆସ ଆସ ମାଁ

1 min
179

ଆସ ମାଆ ଗୋ ସିଂହବାହିନୀ

ଦନୁଜ ଦଳିନୀ ମାଆ ଦୁର୍ଗେ

ସ୍ଵାଗତ ତୁମ୍ଭର କରୁଛୁ

ହସ୍ତେ ଧରି ସ୍ଵାଗତ ଥାଳି

ପ୍ରକୃତି ଅପେକ୍ଷିତା ତୁମ ଆଗମନର

ଚାମର ପାଇଁ ହସ୍ତେ ଧରି

ଶୁଭ୍ର କାଶତଣ୍ଡୀର କେଣ୍ଡା

କିସମ କିସମର ଫୁଲ ସମ୍ଭାର

ଗର୍ଭକୁ ସଜାଇ କରିଛି ସୁନ୍ଦର

ଆସ ଆସ ମାଆ ଆବିର୍ଭୂତ ହୁଅ

ଏ ଧରାର ଆନନ୍ଦଧାମରେ

ମଙ୍ଗଳମୟୀ ତ୍ରିଶୂଳ ଧାରିଣୀ

ପ୍ରକଟ ହୁଅ ସନ୍ତାନ ସମ୍ମୁଖେ

ହରି ନିଅ ଅଜ୍ଞାନ କଳୁଷତା

ଭରିଦିଅ ମନପ୍ରାଣେ ମହାନତା

ଆସ ମାଆ ନୃମୁଣ୍ଡ ମାଳିନୀ

ଭୟଙ୍କରୀ ମାଆ କ୍ରୋଧ ସ୍ଵରୂପିଣୀ

ଭୟ ସ୍ୱାର୍ଥ କ୍ଷୁଦ୍ରତା ବିନାଶକାରିଣୀ

ସମସ୍ତ ଶରୀର ରିପୁ ସଂହାରି

ଅବୋଧ ସନ୍ତାନଙ୍କୁ 

ରଖ ମାଆ ଆବୋରି

ଆସ ମାଆ ଯୋଗରୂପା ମହାମାୟୀ

ଭରିଦିଅ ଆମ ମଧ୍ୟେ ବ୍ରହ୍ମଚର୍ଯ୍ୟ ଶକ୍ତି

ପୂର୍ଣ୍ଣକର ମାଆ ଶ୍ରେଷ୍ଠତାରେ

ଜଡତା ଅଜ୍ଞାନତାର ବିନାଶ କରି

ଜାଳ ମାଆ ଜ୍ଞାନ ପ୍ରଦୀପ

ସନ୍ତାନ ମାର୍ଗପ୍ରଦର୍ଶିନୀ

ଆସ ଆସ ମାଆ

ଥରେ ଦେଖିନିଅ ତୁମ ସନ୍ତାନ ସ୍ଥିତି

କେଉଁ ଅବସ୍ଥାରେ ସେ ପୀଡିତା

ଅସହାୟ ହୋଇ ବୁଲୁଛି ଘୂରି

ମାୟା ସାଗରେ ଖେଳୁଛି ଚକା ଭଉଁରୀ

ମାଆଗୋ ସଂସାର ଉଦ୍ଧାରିଣୀ

ଶ୍ରୀଚରଣେ ଆଶ୍ରୟ ଦିଅ

ମାଆ କ୍ଷମାଦାୟିନୀ ।।



Rate this content
Log in