STORYMIRROR

Kalyani Hota

Abstract

3  

Kalyani Hota

Abstract

ଗୁରୁ

ଗୁରୁ

1 min
148

ଅନ୍ଧାର ରାସ୍ତାରେ ଯିଏ

ବାଟ କଡେଇ ଆଲୋକ କୁ ନିଏ

ସେ ମୋ ଗୁରୁ ଆଉ କେହି ନାହିଁ

ତାଙ୍କ ବିନା ମୋର ଅସ୍ତିତ୍ବ କାହିଁ

ଲକ୍ଷ୍ୟ ହରା ଦିଗହରା ପଥିକ ହୋଇ

ଘୂରି ବୁଲୁଥିଲି ଘୂର୍ଣ୍ଣିଝଡରେ ପଡ଼ି

ଗୁରୁ ଦେଇଛନ୍ତି ରାହା ମୋ ଜୀବନେ

ପୂନର୍ଜନ୍ମର ସ୍ଵାଦ କ୍ଷଣେ କ୍ଷଣେ

ଆହା କି ଆନନ୍ଦ ଦିବ୍ୟସ୍ପର୍ଶ ତାଙ୍କରି

ରୋମେ ରୋମେ ଖେଳେ ପ୍ରାଣ ଲହରି

ବର୍ଷ ବର୍ଷ ଅସଂଖ୍ୟ ମୃତ କୋଷିକା

ଜୀବନ୍ୟାସ ଦେଇ ନାଶିଲେ ଅହମିକା

ଚଉରାଅଶୀ ଲକ୍ଷ୍ୟ ଯୋନି ରେ ଘୂରି ଘୂରି

ଏ ଜନ୍ମେ ମୋ ଗୁରୁ ରଖିଲେ ଆବେରି

ଜୀବ ଥିବାଯାଏ ତେଜିବିନି ପଦଯୁଗଳ

ଶରଣାଗତ ମୁଁ ତାଙ୍କ, ଇହ ପର କାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract