STORYMIRROR

Kalyani Hota

Abstract

3  

Kalyani Hota

Abstract

ବରଷା ରାଣୀ

ବରଷା ରାଣୀ

1 min
115

 ବରଷା ରାଣୀ ଗୋ ବରଷା ରାଣୀ

ଶୁଭ ସ୍ଵାଗତ ଜଣାଏ ଧରଣୀ

 ଜଳଚକ୍ରର ନାୟିକା ହୋଇ

ଜଗତ ଘୂରାଅ ଇଙ୍ଗିତ ଦେଇ

ଶୁଷ୍କ ଧରାକୁ କର ପଲ୍ଲବିତ

ତୁମ ସ୍ପର୍ଶରେ ହୁଏ ପ୍ରାଣବନ୍ତ

 ସବୁଜ ବନାନୀ ହୁଏ ପରିପୂର୍ଣ୍ଣ

ଆଶ୍ୱସ୍ତି ଲଭେ ସ୍ପର୍ଶ ରେ ତୁମ

 ଶୀତଳ ପରଶେ ଧରଣୀ ମାଆ

ଆତ୍ମହରା କରେ ତୁମ କିମିଆଁ

 ଶାଶ୍ଵତ ବନ୍ଧୁ ସାଜ୍ଜ କୃଷକର

ତୁମ ଆଗମନେ ନାଚେ ତା ସଂସାର

 ସାକାର ହୁଏ ତା ଆଶା ଓ ସ୍ୱପ୍ନ

ନିର୍ବିଘ୍ନେ କରେ ସେ ସନ୍ତାନ ପାଳନ

 ସକଳ ଶକ୍ତି ର ଆଧାର ତୁମେ

ତୁମ ବିନା ସଦା ନିରର୍ଥକ ଆମେ

 ନୀଳ ଅମ୍ବରର ତୁମେ ରୂପାନ୍ତରୀ

ଉର୍ମିମାଳା ହୋଇ ବୁଲ ଘୂରି ଘୂରି

 ଅପୂର୍ବ ସୈାନ୍ଦର୍ଯ୍ୟର ଅଧିକାରିଣୀ

ତୁମେ ଗୋ ସୁନ୍ଦରୀ ବରଷାରାଣୀ

 ବରଷା ରାଣୀ ଗୋ ବରଷାରାଣୀ

ତୁମ ଠାରେ ସଦା ଆମେ ଚିରଋଣୀ ।

                                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract