STORYMIRROR

Kali Kumar

Abstract Others

3  

Kali Kumar

Abstract Others

ଶୂନ୍ୟତା

ଶୂନ୍ୟତା

1 min
257

କ୍ଳାନ୍ତ ହୋଇ ଅବସନ୍ନର ଦ୍ରାଘିମାକୁ 

ଯେତେବେଳେ ଏ ଶରୀର - ଏ ମନ

ଛୁଇଁ ଛୁଇଁଯାଏ

ଠିକ୍ ସେହି ମୁହୂର୍ତ୍ତରେ

ଅଭିସାରର ରଶ୍ମି କଣିକାଟେ ହୋଇ

ତୁମେ ଉପସ୍ଥିତ ହୁଅ !

ଅନନୁଭୂତପୂର୍ବକ ଆଶାର ଅରୁଣିମାରେ

ଉଦ୍_ବେଳିତ କରାଇ ଦିଅ

ଉଲ୍ଲାସିତ କରାଇ ନିଅ

କ୍ଳାନ୍ତ ଅବସନ୍ନ ମନ ପ୍ରାଣକୁ ମୋର ।।


ଖେଳିଯାଏ ଅସଂଖ୍ୟ ଆଶାର ତାରକାପୁଞ୍ଜ

ମନ ଆକାଶର ଆକାଶଗଙ୍ଗାରେ 

ଝିଲ୍ _ମିଲ୍ ହୋଇ !

କେତେ ଉଲ୍ଲକା, କେତେ ନକ୍ଷତ୍ର

ଘୁରିବୁଲନ୍ତି, ଆତଯାତ ହୁଅନ୍ତି

କିଛି ମୁହୂର୍ତ୍ତକ ମଧ୍ୟରେ

ସସୀମତାର ଅସୀମତାକୁ ଡେଇଁଯାଇ

କ୍ଷୀପ୍ରତାର ନିୟତି ମଧ୍ୟସ୍ଥ 

ସୂକ୍ଷ୍ମାତିତ ସୂକ୍ଷ୍ମ ସ୍ଥାନରେ ବିରାମ ନେଇ

ଯିଏ ଯାହାର, ପୂର୍ବ ନିର୍ଦ୍ଧାରିତ ବିଧିମାନରେ

ପୁଣି ଅଚିରେ ଲୀନ ହୁଅନ୍ତି !!


ମହାକାଶରେ ମହା ଶୂନ୍ୟତା ପୁନଶ୍ଚ !

ବାହୁ ପ୍ରସାରି ଆଲିଙ୍ଗନ କରି ନିଏ

ମୋର କ୍ଳାନ୍ତ ଅବସନ୍ନ କଳେବରକୁ,

କ୍ଷଣ ଉପସ୍ଥିତ !

ଝିଲ୍ _ମିଲ୍ ତାରକାପୁଞ୍ଜର

ସମସ୍ତ ବିଭୋରତା - ସମସ୍ତ ଆକର୍ଷଣତା

ଆଶାଲୋକର ଅରୁଣିମାର ଅନନୁଭୂତପୂର୍ବକତା

ଧୂ ଧୂ ମରୁଭୂମିର ମରୀଚିକା ଭାନ୍ତି

ପ୍ରତିମିତ ହୋଇ ଉଭାନ୍ ହୋଇଯାଏ,

ନବ୍ୟ ଭାବନା ଗୁଡ଼ିକ ବାଷ୍ପରୁଦ୍ଧ ହୋଇ

କିଛି କ୍ଷଣରେ ପ୍ରାଣଶୂନ୍ୟ ହୋଇଯାଏ,

ନବ ଉପବନଟି ଅଦିନିଆ କାଳ ବୈଶାଖିରେ 

ସୌନ୍ଦର୍ଯ୍ୟତାରୁ ବିମୁଖ ହୋଇ ଝାଉଁଳି ଯାଏ,

ଚାରିଆଡ଼େ ମରଣର ଚିତ୍କାର !

ଚାରିଆଡ଼େ ପ୍ରଗାଡ଼ ଶୂନ୍ୟତା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract