ଲକ୍ଷ ଭ୍ରଷ୍ଟ ବୁଦ୍ଧି
ଲକ୍ଷ ଭ୍ରଷ୍ଟ ବୁଦ୍ଧି
କାଦମ୍ବରୀ ପାନକରି ଶ୍ରୀକୃଷ୍ଣ ଙ୍କ
ଯଦୁବଂଶୀ ଧ୍ୱଂସ ହେଲେ,
ଦେବ ଅଂଶେ ସୃଷ୍ଟ ଆତ୍ମା ହୋଇ ମଧ୍ୟ
ନିଶାରେ ପରାସ୍ତ ହେଲେ ।
ବୁଦ୍ଧି ନାଶ କରି ବିବେକ ସଂହାରୀ
ନିଶା ଯେ ପିଶାଚ କଲା,
ଭାରତ ବରଷ ଆଯ୍ୟଭୂମି ମୁନି
ଋଷି ର ସମ୍ପଦ ଥିଲା ।
ସଭ୍ୟ ଶିକ୍ଷିତ ଓ ସାଧନା ତପସ୍ୟା
ସବୁ ବିପରୀତ ହେଲା,
ନିଶାର ପ୍ରସାରେ ହିଂସା ର ପ୍ରାବଲ୍ୟ
ଦେଶ ପାଇଁ କାଳ ହେଲା ।
ବିବେକ ଆମର ନିଶାଗ୍ରସ୍ତ ହେଲା
ବୁଦ୍ଧି ହେଲା ଲକ୍ଷଭ୍ରଷ୍ଟ ,
ବ୍ୟଭିଚାରୀଙ୍କର ତାଣ୍ଡବ ରେ ଆଜି
ଦେଶ ହେଲା ନଷ୍ଟଭ୍ରଷ୍ଟ ।
ନାରୀମାନଙ୍କର ଯାତନା ଯନ୍ତ୍ରଣା
ଅନ୍ତର୍ଦାହେ ବିଡମ୍ବିତ,
ରାଜାସ୍ୱ ଭରଣା ହୋଇଲେ କି ହେବ
ଜନତା ଏ ହନ୍ତସନ୍ତ ।
ସାମାଜିକ ସ୍ଥିତି ଦୁର୍ବଳ ହେଉଛି
ବୌଦ୍ଧିକତା ହୁଏ ଲୁପ୍ତ,
ରିହାତି ଭୋଜନ ନିଶା ସେବନ ରୁ
ବାଚାଳ ମାନଙ୍କ ଜାତ।
ଏ ଦୃଷ୍ଟାନ୍ତ ଦେଖି କେଉଁ ପିତାମାତା
କନ୍ୟାଟିଏ କୁ ଲୋଡିବେ,
ବିକାଶ ଯୋଜନା ବାଟବଣା ହୋଇ
ସୃଷ୍ଟି ଧ୍ୱଂସମୁଖୀ ହେବ ।
