Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

puspalata samantary

Others

3  

puspalata samantary

Others

ବେନି ସହୋଦର

ବେନି ସହୋଦର

1 min
421


ବାବୁରେ,ହିଂସା ପରିହାର କର

ଯୁବ ପିଢି ଆମ ଜାତୀୟ ସମ୍ପଦ

ତା ମର୍ଯ୍ୟାଦା ରକ୍ଷା କର ।

ଜାତିର ଜନକ ମହାତ୍ମା ଗାନ୍ଧୀ

ଅହିଂସା ପୁଜାରୀ ଥିଲେ,

ଅହିଂସା ଅସ୍ତ୍ର କୁ ପ୍ରୟୋଗ କରି ସେ

ଇଂରେଜ ଚକିତ ହେଲେ ।

ସମ୍ପୂର୍ଣ୍ଣ ଭାବରେ ନିଶା ନିବାରଣ

ଥିଲା ଗାନ୍ଧୀଜୀଙ୍କ ଲକ୍ଷ,

ତାହାର ସୁଫଳ ପାଇ ନାରୀକୂଳ

ସମାଜେ ହେବେ ସୁରକ୍ଷା ।

ନିଶା ଆଉ ହିଂସା ବେନି ସହୋଦର

ଏକଥା ତ ସର୍ବ ଜ୍ଞାତ,

ବୁଦ୍ଧି ଜ୍ଞାନ ଆଉ ବିବେକ ସମ୍ପଦ

କରିବ ସେ ପରାହତ ।

ସମାଜ ସନ୍ତାନ ପରିବାର ପାଇଁ

ବିଡମ୍ବନା ସେ ହୋଇବ,

ଘୃଣିତ କଟାକ୍ଷ ହୀନ ପରିଚୟ

ତା ପାଇଁ ଘାତକ ହେବ।

ମର ସଂସାରରେ ସୁନ୍ଦର ଜୀବନ

ନାହିଁ ତାର ପଟାନ୍ତର,

ଏ ପାନ୍ଥଶାଳାରେ ସଂକ୍ଷିପ୍ତ ରହଣୀ

ଏହି ତ ଅସ୍ଥାୟୀ ଘର ।

ଗ୍ୟାନ, ବୁଦ୍ଧି ଆଉ ବିବେକ ସମ୍ପଦ

ଦେଇଛି ସେ ଶୂନ୍ୟ ରୂପୀ,

ତାର ଉପଯୋଗ କରିବା ପାଇଁକି

ସମୟ ଯେ ସର୍ବବ୍ୟାପୀ।

ସର୍ବଶ୍ରେଷ୍ଠ ଏହି ମଣିଷ ଜୀବନ

ପ୍ରାଣୀକୂଳର ମହତ,

ଅନ୍ୟ କେଉଁ ପ୍ରାଣୀ ଆୟତ କରିନି

ପ୍ରଭୁଙ୍କ ର ଦାନ ଏ ତ।



Rate this content
Log in