କାଦମ୍ବରୀ ପାନ
କାଦମ୍ବରୀ ପାନ
କାଦମ୍ବରୀ ପାନ କରି ଶ୍ରୀକୃଷ୍ଣଙ୍କ
ଯଦୁବଂଶୀ ଧ୍ୱଂସ ହେଲେ,
ଦେବଅଂଶେ ସୃଷ୍ଟ ଆତ୍ମା ହୋଇ ସୁଦ୍ଧା
ନିଶାରେ ପରାସ୍ତ ହେଲେ ।
ଭାରତ ବରଷ ଆର୍ଯ୍ୟ ଭୂୂମି ମୁୁନିି
ଋଷିଙ୍କ ସମ୍ପଦ ଥିଲା ,
ସଭ୍ୟ ଶିକ୍ଷିତ ଓ ସାଧନା ତପସ୍ୟା
ସବୁ ବିପରୀତ ହେଲା ।
ନିଶାର ପ୍ରସାର ହିଂସାର ପ୍ରାବଲ୍ୟ
ପିଶାଚ ସୃଷ୍ଟି କରିଲା,
ବୁଦ୍ଧି ନାଶ କରି ବିବେକ ସଂହାରୀ
ଦେଶ ପାଇଁ କାଳ ହେଲା ।
ନିଶାଗ୍ରସ୍ତ ହେଲା ବିିବେକ ଆମର
ବୁଦ୍ଧି ହେଲା ଲକ୍ଷଭ୍ର୍ରଷ୍ଟ,
ବ୍ୟଭିଚାରିଙ୍କର ତାଣ୍ଡବ ରେ ଆଜି
ନାରୀକୂଳ ନଷ୍ଟଭ୍ରଷ୍ଟ ।
ମହିଳା ମାନଙ୍କ ଯାତନା ଯନ୍ତ୍ରଣା
ଅନ୍ତତର୍ଦାହେ ବିଡମ୍ବିତ,
ରାଜସ୍ୱ ଭରଣା ହୋଇଲେ କି ହେବ
କନ୍ୟାକୂୂୂଳ ହନ୍ତସନ୍ତ ।
ସାମାଜିକ ସ୍ଥିତି ଦୁୁୁର୍ବଳ ହେଉଛି
ବୌଦ୍ଧିକତା ହୁଏ ଲୁପ୍ତ,
ରିହାତି ଭୋଜନ ନିଶା ସେବନରୁୁ
ବାଚାଳ ମାନଙ୍କ ଜାତ।
ଏ ଦୃୃଷ୍ଟାନ୍ତ ଦେଖି କେଉଁ ପିତା ମାତା
କନ୍ୟା ଟିଏ କୁ ଲୋଡିବ ।
ବିକାଶ ଯୋଜନା ବାଟବଣା ହୋଇ
ସୃଷ୍ଟି ଧ୍ୱଂସ ମୂୂୂଖୀ ହେବ ।
