ସୂଚନା
ସୂଚନା
1 min
643
ବଞ୍ଚିଥାଏ ନିତି ମରି ମରି
ଜୀବନଟା ଯାଏ ସରିସରି,
ସମୟଟା କଥା ମାନୁନାହିଁ
ନିଜ ପାଇଁ ସଦା ଭାବେ ମୁହିଁ।
ଈଶ୍ୱରଙ୍କ ସତ୍ତା ଖୋଜିଲିନି
ବୟସ ଅପେକ୍ଷା କରିଲାନି,
ପହଞ୍ଚାଇ ଦେଲା ଯେଉଁଠାରେ
ଭରିଅଛି ସେଠି ନୈରାଶ୍ୟ ରେ।
ପବିତ୍ର ମୁହୂର୍ତ୍ତ ବହିଗଲା
ଅବୋଧ ମନଟା ନ ବୁଝିଲା,
ନିତି ନିତି ଭାବେ ସେଇକଥା
ଏଇ ଅଟେ ମରମର ବ୍ୟଥା ।
ସଂସାରଟା ମହା ଶିକ୍ଷା କ୍ଷେତ୍ର
ବନ୍ଦ ହୋଇଗଲା ଜ୍ଞାନ ନେତ୍ର,
ବହିଯାଉଥିବା ସମୟକୁ
ଗଡି ଯାଉଥିବା ସେ ଜଳକୁ ।
ଫେରାଇତ ଆଣି ହେବନାହିଁ
ସତର୍କ ସୂଚନା ଯାଏ ଦେଇ,
ସରବ ଜନଙ୍କ ଜ୍ଞାତ ପାଇଁ
ମହତର ବୁଦ୍ଧି ପରା ସେହି ।
