STORYMIRROR

puspalata samantary

Abstract

3  

puspalata samantary

Abstract

ମୋର

ମୋର

1 min
213

ମୋର ବୋଲି ଯେ ଦୁଇ ଅକ୍ଷର

ତାକୁ ମୋତେ କିଏ ଦେଇଥିଲା

ଆଖିରେ ମୁଁ ଦେଖିଲିନି ତାକୁ

ଅଲକ୍ଷରେ ପୁଣି ନେଇଗଲା

କଣ ବା ଆଣିଥିଲି ମୁଁ ,କଣ ବା

ନେଇଯିବି ଏଠୁ

ସବୁ କିଛି ହାରିଦେଲି ବୋଲି

ଅବିରତ ଝୁରୁଛି ସେଇଠୁ

ଯାହା ମୋର ନଷ୍ଟ ହୋଇଗଲା

ତାହା କି ମୁଁ ସଙ୍ଗେ ଆଣିଥିଲି

ଅହରହ ସହୁଛି ସେ ଜ୍ୱାଳା

କାହିଁକି ମୁଁ ହାରିଗଲି ବୋଲି

ଯାହା ଦେଲା ଏଇଠାରେ ଦେଲା

ଯାହା ନେଲା ଏଠୁ ନେଇଗଲା

ଖାଲିହାତେ ଆସିଥିଲା ଦିନେ

ଖାଲିହାତେ ପୁଣି ଚାଲିଗଲା

ଆଜିଯିଏ ଅତି ଆପଣାର

କାଲି ସିଏ ନଥିଲା ତୁମର

ଆଜି ଯାକୁ ଭାବୁଛ ତୁମର

କାଲି ହେବ ସେ ଆଉ କାହାର

ଆଜିଯିଏ ଅତି ଆନନ୍ଦରେ

କରେ ତୁମ ଦୁଃଖ ନିବାରଣ

କାଲି ସିଏ ସବୁ କାଢି ନେଇ

ହୋଇଯିବ ଦୁଃଖ ର କାରଣ

ସବୁ ଦେଖି ନ ବୁଝେ ଯେ ମନ

ତାହା ପାଇଁ କିବା ପ୍ରତିକାର

ମନରେ ଯା ନ ଥାଏ ଦୃଢତା

କେବଳ ତା ସହାୟ ଈଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract