STORYMIRROR

puspalata samantary

Abstract

2  

puspalata samantary

Abstract

ବାଣୀବାଣ

ବାଣୀବାଣ

1 min
126

ବାଣୀ ବାଣ ପ୍ରୟୋଗରେ ହୃଦୟଟା

ହୋଇ ଯାଏ କ୍ଷତଯୁକ୍ତ,

ବାଣୀ ମହୌଷଧି ବ୍ୟବହାରେ ତାହା

ହୋଇଥାଏ କ୍ଷତମୁକ୍ତ

ବାଣୀ ବାଣ ଟାଣ ଅତି ଶକ୍ତିଶାଳୀ

ତା ଠାରୁ ଦୂରରେ ରୁହ,

କୋଟିପ୍ରାଣ ଜିଣି ହୃଦରାଜ୍ୟ ଜୟ

କରୁଥିବା ବାଣୀ କୁହ

ବାଣୀର ଦାବାଗ୍ନି କୋମଳ ହୃଦୟ

ତୃଣେ ପ୍ରଜ୍ବଳିତ ହୋଇ,

ଦାମ୍ପତ୍ୟ ସହିତ ସମ୍ପର୍କ ସୁଷମା

କ୍ଷଣକରେ ଦେବ ଦହି

ମାନବ ଜନମ ସର୍ବଶ୍ରେଷ୍ଠ ପରା

ବାଣୀରେ ଲଗାମ ଆଣ,

ଲକ୍ଷ୍ମଣରେଖାକୁ ଅତିକ୍ରମ କଲେ

ପାଇବନି ପରିତ୍ରାଣ

ଯେଉଁ ବଦନରେ ବିଷର ବଳୟ

ତହିଁରେ ଅମୃତ ଅଛି,

ପରିସ୍ଥିତି ପରିବେଶ ଅସ୍ୱଭାବେ

ତାହା ବଦଳି ଯାଉଛି

ପୁରାଣ କହିଛି କୋମଳ ମଧୁର

ବଚନେ ତୋଷିବ ମନ,

ଯାର ଉଚ୍ଚାରଣେ ପଲ୍ଲବିତ ହେବେ

ଶୁଷ୍କ ତରୁ ତୃଣମାନ

ମାନବ ମୁଖର ବାଣୀରେ ରହିଛି

ଅମୃତ ସମାନ ରସ,

ହୃତୟାଗ୍ନି ନିର୍ବାପିତ କରିଥାଏ

ଶାନ୍ତ ଶୀତଳ ସୁବାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract