STORYMIRROR

puspalata samantary

Inspirational

3  

puspalata samantary

Inspirational

କରୋନା ର କରାମତି

କରୋନା ର କରାମତି

1 min
11.8K

ବିଶ୍ଵ ବ୍ରହ୍ମାଣ୍ଡର ବିଭବ କଳିବା 

କାହାରି ଆୟତେ ନାହିଁ, 

ସର୍ବ ଶ୍ରେଷ୍ଠ ଭାବେ ନିଜକୁ ବିଚାରୁ

ଛନ୍ତି ଅଞ୍ଗ ମାନେ ସେହି।

କେତେ ବିିିତ୍ତଶାଳୀ ପରାକ୍ରମ ତାଙ୍କ 

ବାହା ସ୍ପୋଟେ ପଚାରନ୍ତି

ଅଣୁ ଅସ୍ତ୍ରେ ବଳଶାଳୀ ଦେଶ ବୋଲି 

ଧମକ ଦେଇଥାନ୍ତି ।

ଉଦାରତା ମାନବିକତା ସମାନ 

ସମ୍ପଦ ବିଶ୍ୱରେ କାହିଁ? 

ସଂସାରର ଶ୍ରେଷ୍ଠ ସୃଷ୍ଟି ଏ ମାନବ 

ଜ୍ଞାନ ପରିସରେ ନାହିଁ।

ପ୍ରକୃତିର ଦତ୍ତ ବିଭବର ମୂଲ୍ୟ 

ମଣିଷ ବୁୁୁଝଇ ନାହିଁ, 

ଅଞ୍ୟତା  ଅସ୍ତ୍ରରେ ନିଜ ଗୋଛି କାଟେ

ପ୍ରକୃତି କୁୁ ବଳି ଦେଇ।

ଆଜି ଏ ଦୁର୍ଦ୍ଦିନେ ହାହାକାର କରେ

ବାପୁଡା ମାନବ ଜାତି ,

ରକ୍ଷା କର ରକ୍ଷା କର ହେ ଈଶ୍ୱର 

ମାଡି ଆସିଲା ବିପତ୍ତି ।

ମନଟା ବିିିଚାରେ କୁପିତ ହେଲା କି

ପ୍ରକୃତି ମାତା ଆମର,

ପବନ ସ୍ୱରୂପୀ ଭୂତାଣୁ ପ୍ରବେଶି

କରୁୁୁୁୁୁଅଛି ଛାରଖାର ।

ରେଳ ଓ ବିମାନ ଯାତାୟତ ଯାନ 

ସବୁ ଅକାମୀ କରିଲା, 

ବିଶ୍ୱ ଦରବାର ଅର୍ଥନୀତି ଆଜି 

ରସାତଳଗାମୀ ହେଲା।

ବିଜ୍ଞାନେ ସଫଳ ବିତ୍ତଶାଳୀ ଦେଶ 

ମାନ ନିରୁପାୟ ହେଲେେ

ପବନ ସ୍ୱରୂପୀ ଭୂତାଣୁ ପାଖରେ 

ମଥାନତ କରିଦେଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational