ମରୁଭୂମିର ଓଟ
ମରୁଭୂମିର ଓଟ
ଶୁଷ୍କ ମରୁଭୂମିର ମୁଁ କାମିକା ଓଟ
ପିଠିରେ ଲଦା ହୋଇଛି
ଅନେକ କର୍ତ୍ତବ୍ୟ ର ବୋଝ
ମେଞ୍ଚା ମେଞ୍ଚା ଦାୟିତ୍ଵ
ଅନ୍ୟର ଆବଶ୍ୟକତା ଓ
ଦରଦର ଚିଠା
ଚାଲିବାକୁ ହେବ ମୋତେ ସହସ୍ର କୋଶ
ପଛକୁ ଚାହିଁବାରେ
ନାହିଁ ମୋ ଛାତିରେ ଜୁ
ଆଗକୁ ପଡ଼ିଥିବା ମାଇଲ୍ ମାଇଲ୍
ବେହିସାବି ଦୂରତା
ଅତୀତ ଓ ଭବିଷ୍ୟତକୁ
ଦେଖିବାକୁ ସମୟ କାହିଁ ?
ଦେଖିଲେ ପୋଡିଯିବ ମୋ ନରମ ପାଦଦ୍ଵୟ
ମରୁଭୂମିର ଉତ୍ତପ୍ତ ବାଲିରେ
ଶୀଘ୍ର ଶୀଘ୍ର ଚାଲିବାକୁ ହୁଏ
ଚାଲିଛି ମୁଁ ଅସରନ୍ତି ପଥେ
ଦେହ ଓ ମନରେ ବଳ ଥିବା ଯାଏଁ
ଚାଲୁଥିବି ହୋଇ ଏକ ମନ ଏକ ପ୍ରାଣ
ଏଇ ତ ଜୀବନ।
