ଜାଳିବା ଜାଗର
ଜାଳିବା ଜାଗର
1 min
157
ଜାଳିବି ଜାଗର ଆହେ ଉମାବର
ତନୁ ପ୍ରାଣେ ମୋର ଦିବ୍ୟଶକ୍ତି ଭର
ଜଡତାରେ ପୂର୍ଣ୍ଣ ଏ କ୍ଷିଣଜୀବନ
କ୍ଷଣେ କ୍ଷଣେ ହୁଏ ଉତ୍ଥାନ ପତନ.....
ହେ ଦିବ୍ୟ ଶଙ୍କର ନୀଳକଣ୍ଠେଶ୍ଵର
ଶୁଦ୍ଧତାରେ ଭର କୋଣ କୋଣ ମୋର
ଗରଳରେ ପୂର୍ଣ୍ଣ ହୋଇଛି ଶରୀର
ବିଧିତ୍ସା ମୁଁ ଆଜି ତୁମ ଚରଣର....
ସଂସାର ଯାକର ଗରଳ ପିଇ
କଣ୍ଠକୁ ନୀଳ ରଙ୍ଗରେ ରଙ୍ଗେଇ
ମୂର୍ଛିତ ହେଲ କି ଭୋଳା ଗୋସାଇଁ
ଭକତେ ଅଧିର ତୁମ ଦର୍ଶନ ପାଇଁ .....
ନିଦ୍ରା ଭାଙ୍ଗି ନରେଶ ହୁଅ ଜାଗ୍ରତ
ପିଆଅ ଆମକୁ ଦିବ୍ୟଚେତନା ଅମୃତ
ଶାନ୍ତି ସମୃଦ୍ଧି ମୋକ୍ଷ ଐଶ୍ଵର୍ଯ୍ୟ ମିଳୁ
ସୁଧା ନିଃସୃତ ହେଉ ତୁମ ଚରଣ ତଳୁ .....
