STORYMIRROR

Kalyani Hota

Others

3  

Kalyani Hota

Others

ଜାଳିବା ଜାଗର

ଜାଳିବା ଜାଗର

1 min
161


ଜାଳିବି ଜାଗର ଆହେ ଉମାବର

ତନୁ ପ୍ରାଣେ ମୋର ଦିବ୍ୟଶକ୍ତି ଭର

ଜଡତାରେ ପୂର୍ଣ୍ଣ ଏ କ୍ଷିଣଜୀବନ

କ୍ଷଣେ କ୍ଷଣେ ହୁଏ ଉତ୍ଥାନ ପତନ.....


ହେ ଦିବ୍ୟ ଶଙ୍କର ନୀଳକଣ୍ଠେଶ୍ଵର 

ଶୁଦ୍ଧତାରେ ଭର କୋଣ କୋଣ ମୋର

ଗରଳରେ ପୂର୍ଣ୍ଣ ହୋଇଛି ଶରୀର

ବିଧିତ୍ସା ମୁଁ ଆଜି ତୁମ ଚରଣର....


ସଂସାର ଯାକର ଗରଳ ପିଇ

କଣ୍ଠକୁ ନୀଳ ରଙ୍ଗରେ ରଙ୍ଗେଇ

ମୂର୍ଛିତ ହେଲ କି ଭୋଳା ଗୋସାଇଁ

ଭକତେ ଅଧିର ତୁମ ଦର୍ଶନ ପାଇଁ .....


ନିଦ୍ରା ଭାଙ୍ଗି ନରେଶ ହୁଅ ଜାଗ୍ରତ 

ପିଆଅ ଆମକୁ ଦିବ୍ୟଚେତନା ଅମୃତ 

ଶାନ୍ତି ସମୃଦ୍ଧି ମୋକ୍ଷ ଐଶ୍ଵର୍ଯ୍ୟ ମିଳୁ

ସୁଧା ନିଃସୃତ ହେଉ ତୁମ ଚରଣ ତଳୁ .....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍