STORYMIRROR

Kalyani Hota

Inspirational Others

3  

Kalyani Hota

Inspirational Others

ପରିଚୟ ଖୋଜୁଛି ମାତୃଭାଷା

ପରିଚୟ ଖୋଜୁଛି ମାତୃଭାଷା

1 min
116


ଉତ୍କଳ ଜନନୀ ଶ୍ରୀହୀନ ହେଲାଣି

ଲିଭିଲାଣି ତାର ଆଶା

ଆଜି ତା ସନ୍ତାନ କୁଣ୍ଠିତ ହେଉଛି

କହିବାକୁ ତାର ଭାଷା

ମାତୃଭାଷା ତାର ଟଳମଳ ହୁଏ

କିଏ ବା ରଖିବ ସ୍ଥିର

ଭାଷାର ସୁରକ୍ଷା ନାହିଁ ଯେଉଁଠି

କିହେବ ଅନ୍ୟ ସଂସ୍କାର

ନିଃସ୍ବ ସାଜ୍ଜିଛି ଆଜି ମାତୃଭାଷା

ମାଗୁଛି ତା ପରିଚୟ

କିଏ କିଏ ଅଛ କଳିଙ୍ଗ ନିବାସୀ

ଭାଷାର କର ବିଜୟ

ଘରେ ଘରେ ଆଜି ଲିଭିଛି ଓଡ଼ିଆ

ଦପ୍ତର କଥା କୁହନି

କୁଣ୍ଠାବୋଧ ଆଜି ସମଗ୍ର ରାଇଜ

ଆଉ କେତେ କେତେ ଜ୍ଞାନୀ

ଜାଗି ଉଠ ତୁମେ ଓଡ଼ିଆ ସନ୍ତାନ

ନ ରହି ଆଉ ମଉନ

ମାତୃଭାଷା ଆଜି କରୁଛି କ୍ରନ୍ଦନ

ହେଲାଣି ଲହୁଲୁହାଣ

ସବୁବେଳେ ଆମେ କହିବା ଓଡ଼ିଆ

ଲେଖିବା ଭାଷା ଓଡ଼ିଆ

ଉତ୍କଳ ଗୈାରବ ଫେରାଇ ଆଣିବା

ଓଡ଼ିଆ ଲାଗିବ ବଢିଆ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational